ଭୁବନେଶ୍ବର: କୋଭିଡରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଓଡ଼ିଶା ଭବନରେ ଡାକ୍ତର ମାନଙ୍କ ରହଣି ବାବଦ ଦେୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ଛାଡ କରାଯାଇଛି । ପ୍ରଥମ ଲହରିରେ ମଧ୍ୟ 2 କୋଟି ଟଙ୍କା ଛାଡ଼ କରିଥିଲେ ରାଜ୍ୟ ସରକାର । କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହଣି ପାଇଁ 61 ଲକ୍ଷ 5 ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି ବୋଲି କୁହାଯାଇଛି । 2021 ଏପ୍ରିଲ୍ 12 ତାରିଖ ଠାରୁ 2021 ନଭେମ୍ବର 27 ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ 8 ଟି ରୁମ୍ ଓ ଗୋଟିଏ ଡରମୋଟୋରି ରେ ମହାନଗର ନିଗମର ଡାକ୍ତର ଓ ନର୍ସ ମାନେ ଦୀର୍ଘ 7 ମାସରୁ ଅଧିକ ସମୟ ରହି କୋଭିଡ ଚିକିତ୍ସା କରୁଥିଲେ। ଓଡ଼ିଶା ସରକାର ବର୍ତମାନ ଏହା ବାବଦ ଦେୟ ଛାଡ଼ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ କରୋନାର ପ୍ରଥମ ଲହରୀ ସମୟରେ ମଧ୍ୟ ନବୀ ମୁମ୍ୱାଇ ମହାନଗର ନିଗମର 2 କୋଟି 16 ହଜାର ଟଙ୍କା ଛାଡ କରାଯାଇଥିଲା।
BREAKING NEWS
- ବିସ୍ଥାପିତଙ୍କ ପାଇଁ ଗୃହ ନିର୍ମାଣ ଯୋଜନା ଘୋଷଣା କଲେ ହିଜବୁଲ୍ଲା ମୁଖିଆ ସେଖ ନଇମ କାସେମ
- ତେଲ ଟ୍ୟାଙ୍କର ଉପରେ ୟୁକ୍ରେନର ଡ୍ରୋନ ଆଟାକ, ୨୩ ଭାରତୀୟ କ୍ରୁ ଉଦ୍ଧାର…
- ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ; ଦିଲ୍ଲୀରେ ଝଟକା ଅନୁଭୂତ
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Comments are closed.