ସୋନପୁର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳାକୁ ସମାଲୋଚନା କରିଛନ୍ତି ।
ଦଳର ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବା ଅବସରରେ ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କଇରାଜହୁଲିଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି, ଛତିଶଗଡ଼ ସରକାରଙ୍କ ଦ୍ୱାରା ମହାନଦୀ ଜଳ ରୋକାଯିବା ନେଇ କେନ୍ଦ୍ରକୁ ରାଜ୍ୟ ସରକାର ବାରମ୍ବାର ଅବଗତ କରିଥିଲେ । ତେବେ ଏହାର ତୁରନ୍ତ ସମାଧାନ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣିସି ପଦକ୍ଷେପ ଗ୍ରହଣ କରାଯାଇନଥିଲା ।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନୀ ସଭାରେ ଆପଣମାନଙ୍କ ସମର୍ଥନ ଦେଖି ମୁଁ ଉତ୍ସାହିତ। ଆପଣମାନଙ୍କ ଭଲପାଇବା ନିକଟରେ ମୁଁ କୃତଜ୍ଞ। ଆସନ୍ତୁ, ଆମେ ଏକାଠି ଓଡ଼ିଶାର ହକ୍ ଓ ସ୍ଵାଭିମାନର ଲଢେଇକୁ ଆହୁରି ଜୋରଦାର କରିବା। ଚଳିତ ନିର୍ବାଚନରେ ଓଡ଼ିଶା ପ୍ରତି ହେଇଥିବା ପ୍ରତାରଣାର ଉଚିତ ଜବାବ ଦେବା। #ଘରେଘରେଶଙ୍ଖ pic.twitter.com/Ipo0j83Vzu
— Naveen Patnaik (@Naveen_Odisha) April 11, 2019
“ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ସମୟରେ ବିଜେପି ସରକାରଙ୍କ ପକ୍ଷରୁ କୌଣସି ନେତା ଓଡ଼ିଶା ଆସିନଥିଲେ । ଏବେ ଆପଣମାନେ ଦେଖନ୍ତୁ, ନିର୍ବାଚନ ସମୟରେ ଭୋଟ ହାସଲ କରିବା ନିମନ୍ତେ କିପରି ଭାବେ ଓଡ଼ିଶା ଗସ୍ତ କରୁଛନ୍ତି । ଏହିସବୁ ନେତାମାନେ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଲାଗି କିଛି କାର୍ଯ୍ୟ ନକରି ମଧ୍ୟ କୁମ୍ଭୀର କାନ୍ଦଣା କାନ୍ଦିବାରେ ଲାଗିଛନ୍ତି, ” ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଭାରେ ଉଦବୋଧନ ଦେଇଛନ୍ତି ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ନେଇ ବିଜେପି ତାହାର ପ୍ରତିଶ୍ରୁତି ପାଳନ କରିନାହିଁ । ମ୍ୟାଟ୍ରିକ୍ ପରବର୍ତ୍ତୀ ଅନୁସୂଚିତ ଜାତି ଛାତ୍ରଛାତ୍ର୍ୀମାନଙ୍କ ମେଧାବୃତି କାଟିବା ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
କାଳିଆ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ବନ୍ଦ କରିଛନ୍ତି କେନ୍ଦ୍ରସରକାର । ଏହା ସତ୍ୱେ ଏହି କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ନବୀନ ।
Comments are closed.