Latest Odisha News

BREAKING NEWS

ନାଗପୁରରେ ଭୋଟ୍ ଦେଲେ ବିଶ୍ୱର କ୍ଷୁଦ୍ରତମ ମହିଳା ଜ୍ୟୋତି

ନାଗପୁର: ବିଶ୍ୱର ସବୁଠୁ ବାଙ୍ଗରା ମହିଳା ଜ୍ୟୋତି ଆମଗେ ଗୁରୁବାର ଦିନ ମହାରାଷ୍ଟ୍ରର ନାଗପୁରଠାରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।

ଏହି ୨୫ ବର୍ଷିୟା ମହିଳା ଜଣକଙ୍କ ଉଚ୍ଚତା ମାତ୍ର ୨ ଫୁଟ ୧ ଏଞ୍ଚ । ଜ୍ୟୋତିଙ୍କ କମ ଉଚ୍ଚତା ଯୋଗୁଁ ଭୋଟଗ୍ରହଣ କରାଯାଉଥିବା ଟେବୁଲ୍ ଉପରେ ଛିଡ଼ା ହୋଇ ନିଜର ଭୋଟ୍ ଦେଇଛନ୍ତି ।

ନାଗପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । କଂଗ୍ରେସ ପ୍ରାର୍ଥୀ ନାନା ପାଟୋଲେଙ୍କ ସହିତ ତାଙ୍କର ଲଢେଇ ହେଉଛି ।

ଜ୍ୟୋତି ନିଜର ମତଦାନ ସାବ୍ୟସ୍ତ କରିବାପରେ ବେଶ୍ ଆନନ୍ଦିତ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ, ୨୦୧୨ ମସିହାରେ ଜ୍ୟୋତି ଟିଭି ରିଆଲିଟି ଶୋ’ ବିଗ୍ ବସ୍ ୬ରେ ପଦାର୍ପଣ କରିବା ପରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଥିଲେ । ତାଙ୍କର କ୍ଷୁଦ୍ର ଉଚ୍ଚତାହିଁ ତାଙ୍କୁ ଜଣେ ସେଲେବ୍ରିଟିରେ ପରିଣତ କରିପାରିଥିଲା ।

ଭାରତରେ ଅଦ୍ୟାବଧି ଚାଲିଥିବା ଏହି ସାଧାରଣ ନିର୍ବାଚନରେ ସମୁଦାୟ ୭ଟି ପର୍ଯ୍ୟାୟ ମଧ୍ୟରୁ ଆଜି ୧ମ ପର୍ଯ୍ୟାୟ ମତଦାନ ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.