Latest Odisha News

BREAKING NEWS

ନବୀନ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଫଳାଫଳ ଘୋଷଣା ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟତମ ବ୍ୟକ୍ତି ବୋଲି ବିଜୁ ଜନତା ଦଳ ଶୁକ୍ରବାର ଦିନ କହିଛି ।

“ଭାରତ ତଥା ଓଡ଼ିଶାର ଜନସାଧାରଣ ଚାହାନ୍ତି ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ପୂର୍ବରୁ ଜନସାଧାରଣ ମଧ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ମଧ୍ୟ ଆଶା ପୋଷଣ କରିଥିଲେ,” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ବିଜେଡ଼ି ରାଜ୍ୟ ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସର ସହଯୋଗରେ ନବୀନ ପ୍ରଧାନମନ୍ତ୍ରୀ ହେବା ଉଚିତ ହେବନାହିଁ ବରଂ କଂଗ୍ରେସ ହି ଅନେକ ସମୟରେ ସାହାଯ୍ୟ କରି ସମର୍ଥନ ପ୍ରତ୍ୟାହାର କରିବାର ନଜିର ରହିଛି ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ସମଦୂରତା ନୀତି ବିଜେଡ଼ି ଆଉ ଆପଣେବ ନାହିଁ । ଯେଉଁ ଦଳ ଓଡ଼ିଶାକୁ ଏବଂ ରାଜ୍ୟର ସ୍ୱାର୍ଥ ଲାଗି ସାହାଯ୍ୟ ଏବଂ ସହଯୋଗର ହାତ ବଢାଇବ ସେହି ଦଳକୁ ସରକାର ଗଠନ କରିବାରେ ବିଜେଡ଼ି ସମର୍ଥନ ଯୋଗାଇଦେବ ବୋଲି ବରିଷ୍ଠ ବିଜେଡ଼ି ନେତା ସୂର୍ଯ୍ୟ ପାତ୍ର କହିଛନ୍ତି ।

Leave A Reply

Your email address will not be published.