Latest Odisha News

BREAKING NEWS

ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପୁନରୁଦ୍ଧାର ଲାଗି ଆସିଥିବା ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା : ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଲାଗି ଆସିଥିବା ରାଉରକେଲାସ୍ଥିତ ସରକାରୀ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି ।

ମୃତ ଛାତ୍ରଙ୍କ ନାମ ଭାସ୍କର ସାହୁ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱରରେ ବିଦ୍ୟୁତ୍ ମରାମତି କାର୍ଯ୍ୟ ପାଇଁ ରାଉରକେଲା ସରକାରୀ ଆଇଟିଆଇ କଲେଜରୁ ପ୍ରାୟ ୩୭ ଜଣ ଛାତ୍ର ଆସିଥିଲେ । ତେବେ ଗୁରୁବାର ଦିନ କାମ ସରିବା ପରେ ସେମାନେ ରାଉରକେଲା ଫେରିବା ବାଟରେ ଦୁର୍ଭାଗ୍ୟବଶତଃ ଜଣେ ଛାତ୍ର ଟ୍ରେନରୁ ଖସିପଡିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ଉତ୍ତେଜିତ ଛାତ୍ରଛାତ୍ରୀମାନେ କଲେଜ ଗେଟରେ ତାଲା ପକାଇବା ସହ ଶୋକସନ୍ତପ୍ତ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଧାରଣା ଦେଇଛନ୍ତି।

ଆମ୍ବୁଲାନ୍ସ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଧେ ହୁଏତ୍ ଭାସ୍କର ବଞ୍ଚିଯାଇପାରିଥାନ୍ତା ବୋଲି ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ତେବେ ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷ ଶୋକସନ୍ତପ୍ତ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.