Latest Odisha News

BREAKING NEWS

ଆଜିଠୁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପଞ୍ଜୀକରଣର ଶୁଭାରମ୍ଭ, ଅଗଷ୍ଟ ୧୫ରେ ଛାତ୍ରଛାତ୍ରୀ ପାଇବେ ମ୍ୟାଜିକ କାର୍ଡ

ଭୁବନେଶ୍ବର: ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପାଇଁ ଆଜିଠୁ ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ଛାତ୍ରଛାତ୍ରୀଙ୍କୁ ଏହି ମ୍ୟାଜିକ କାର୍ଡ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରେ ନବୀନ ଓଡିଶା ମ୍ୟାଜିକ୍ କାର୍ଡ ୱେବ୍ ପୋର୍ଟାଲ ଲଞ୍ଚ କରିଛନ୍ତି।

ଚାରୋଟି ବର୍ଗରେ କାର୍ଡ ବଣ୍ଟନ କରାଯିବ। ମ୍ୟାଜିକ କାର୍ଡ, ସିଲଭର, ଗୋଲଡ୍ ଓ ପ୍ଲାଟିନମ କାର୍ଡ ଦିଆଯିବ। ଯୁକ୍ତତିନି ଓ ପିଜିର ସମସ୍ତ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ୟାଜିକ କାର୍ଡ ପ୍ରଦାନ କରାଯିବ । ଏହି କାର୍ଡ ଜରିଆରେ ଯୁବଶକ୍ତିଙ୍କ ସମସ୍ତ ସ୍ବପ୍ନ ସାକାର ପାଇଁ ସହାୟତା ଯୋଗାଇ ଦିଆଯିବ ।

ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା, ମୋବାଇଲ ରିଚାର୍ଜ ଓ ବସ, ଟ୍ରେନ, ବିମାନ ଯାତ୍ରାରେ ରିହାତି ସହ କ୍ୟାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ । ନୂଆ-ଓ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ଵପ୍ନକୁ ସାକାର କରିବାକୁ ବଳ ଯୋଗାଇବ। ସେହିପରି କୋଚିଂ ସେଣ୍ଟରରେ ବି ମିଳିବ ରିହାତି। ପ୍ରଦର୍ଶନ ଅନୁସାରେ କାର୍ଜ ରିଚାର୍ଜ ହେବ। ମ୍ୟାଜିକ କାର୍ଡଧାରୀ ଭଲ ପ୍ରଦର୍ଶନ କଲେ ସିଲଭର କାର୍ଡ ମିଳିବ। ଭଲ ମାର୍କ ସହ ଅଧିକ ଉପସ୍ଥାନ, ଇ-ଲର୍ଣ୍ଣିଂ ଭଳି ଆକ୍ଟିଭିଟିରେ ଅଧିକ ସ୍କୋର କଲେ ଗୋଲ୍ଡ କାର୍ଡ ଦିଆଯିବ।

ଗୋଲ୍ଡ କାର୍ଡଧାରୀ ୟୁଜି, ପିଜି ସରିବାର ତିନି ବର୍ଷ ଯାଏ ଏହାକୁ ବ୍ୟବହାର କରିପାରିବେ। ଗୋଲଡ କାର୍ଡ ପରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କଲେ ପ୍ଲାଟିନମ୍ କାର୍ଡ ମିଳିବ। ଷ୍ଟୁଡେଣ୍ଟ ଲାଇଫରେ ଏହି କାର୍ଡ ମ୍ୟାଜିକ୍ ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଛାତ୍ରଛାତ୍ରୀଙ୍କୁ ନୂଆ ଓ ଛାତ୍ରବୃତ୍ତି ପ୍ରଦାନ କଲେ ଫାଇବ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଛାତ୍ରଙ୍କୁ ନଅ ହଜାର ଓ ଛାତ୍ରୀଙ୍କୁ ଦଶ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯାଇଛି।

Comments are closed.