Latest Odisha News

ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ, କହିଲେ- ଏଭଳି ଖବର ମିଛ ଓ ଭିତ୍ତିହୀନ

ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୋମବାର ଦିନ ମିଛ ଓ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଖବର ଉପରେ ପ୍ରତିକ୍ରିୟା ରଖି ସୋସିଆଲ ମିଡ଼ିଆ ‘ଏକ୍ସ’ ରେ ନବୀନ ପୋଷ୍ଟ କରିଛନ୍ତି। “ମୁଁ ପୂର୍ବରୁ ବି କହିଥିଲି ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିଲେ । ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି । ଜାତୀୟ ଗଣମାଧ୍ୟମର ଏହି ଖବର ସଂପୂର୍ଣ୍ଣ ମିଛ, ଉଦ୍ଦେଶ୍ୟମୂଳକ, ଭିତ୍ତିହୀନ ଓ କପୋଳକଳ୍ପିତ । ସେ ରାଜ୍ୟ ଓ ଦଳ ପାଇଁ ବହୁତ କାମ କରିଛନ୍ତି। ସେଥିପାଇଁ ସେ ଜଣାଶୁଣା ।

ତେବେ ନିର୍ବାଚନରେ ପରାଜୟ ପରେ ଭିକେ ପାଣ୍ଡିଆନଙ୍କୁ ନେଇ ଚାରିଆଡେ ବିରୋଧର ସ୍ୱର ଉଠିଥିଲା । କିନ୍ତୁ ସେ ସମୟରେ ମଧ୍ଯ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଥିଲେ ନବୀନ।

Comments are closed.