Latest Odisha News

ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ, ନବୀନ କହିଲେ ଆମେ…

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ବୁଧବାର ଠାରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହା ଦୁଇ ମାସ ଧରି ଚାଲିବ। . ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଥିଲେ।

ଏହି ଅବସରରେ ସେ କହିଛନ୍ତି ଯେ ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ। ମୁଁ ଚାହେଁ, ଆମ ଦଳର ସକ୍ରିୟ ସଭ୍ୟ ମାନେ, ପ୍ରତି ଘରକୁ ଯାଆନ୍ତୁ। ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ବିଷୟରେ, ଲୋକଙ୍କୁ ବୁଝାନ୍ତୁ। ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଓଡିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କୁ ଅନଲାଇନ ଜରିଆରେ ଦଳରେ ସାମିଲ ହେବା ପାଇଁ ସେ ନିମନ୍ତ୍ରଣ ଜଣାଇଛନ୍ତି।

ଅପରପକ୍ଷରେ କିଛି ଦଳ ମିସଡ୍ କଲ୍ କରି ସଭ୍ୟ ସଂଗ୍ରହ କରୁଛନ୍ତି, ଯାହାକୁ ନାପସନ୍ଦ କରିଛନ୍ତି ନବୀନ ପଟ୍ଟନାୟକ।

Leave A Reply

Your email address will not be published.