Latest Odisha News

ନବୀନଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ଦୁଇ ବର୍ଷ, ଆଜି ବସୁଛି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ଦଇ ବର୍ଷ ପୂରିଛି । ଏହି ସମୟ ଭିତରେ ରାଜନୈତିକ ସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି । ଅନେକ ଜନକଲ୍ୟାଣକାରୀ ଯୋଜନାର ପ୍ରଚଳନ ସହ ବିକାଶମୂଳକ କାମ କରି ଲୋକଙ୍କ ବିଶ୍ୱାସ ଜିଣିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚମ ପାଳିରେ ସରକାର କରୋନା ମହାମାରୀ ଓ ବାତ୍ୟା ଭଳି ବିପର୍ଯ୍ୟୟର ସାମନା କରିଛନ୍ତି । ଏସବୁ ଭିତରେ ତୃତୀୟ ବର୍ଷ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ ହେବ । ଦୁଇଟି ବିପର୍ଯ୍ୟୟ ମୁକାବିଲା କରୁଛି ଓଡ଼ିଶା । ଏଭଳି ଆଜି ଅପରାହ୍ଣ ସାଢ଼େ ୫ଟାରେ ବସୁଛି ମନ୍ତ୍ରୀ ପରିଷଦ ବୈଠକ । ଦୁଇ ବର୍ଷର ଉପଲବ୍ଧିର ତର୍ଜମା କରିବେ ମୁଖ୍ୟମନ୍ତ୍ରୀ । ଏହାସହ ମନ୍ତ୍ରୀମାନଙ୍କୁ ଆସନ୍ତାବର୍ଷ ପାଇଁ କାର୍ଯ୍ୟ ଖସଡ଼ା ଦେଇପାରନ୍ତି ।
୨୦୧୯, ମେ ୨୯ ତାରିଖରେ ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶାସନ ଭାର ସମ୍ଭାଳିଥିଲେ ନବୀନ ପଟ୍ଟନାୟକ । ସରକାରଙ୍କ କାର୍ଯ୍ୟ ଦକ୍ଷତାକୁ ଅଧିକ ସ୍ୱଚ୍ଛ, ଲୋକଭିମୁଖୀ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଫାଇଭ୍ ଟି ଓ ମୋ ସରକାର ।
ପୁରୀକୁ ବିଶ୍ୱ ଐତିହ୍ୟ ସହର ପାଇଁ ପଦକ୍ଷେପ
ନବୀନ ସରକାରଙ୍କ ପଞ୍ଚମ ପାଳି ଆରମ୍ଭରୁ ଫୋକସରେ ରହିଛି ଶ୍ରୀକ୍ଷେତ୍ର ଯ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରି ଗଢ଼ି ତୋଳିବା କାମ ଆରମ୍ଭ ହୋଇଛି । ସେହିପରି ଏକାମ୍ର କ୍ଷେତ୍ର ଯୋଜନାରରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ହାତକୁ ନେଇଛନ୍ତି ସରକାର । କଟକ ଏସସିବି ମେଡିକାଲକୁ ଏମ୍ସ ପ୍ଲସ କରିବା ପାଇଁ କାମ ଆରମ୍ଭ କରିଛନ୍ତି ସରକାର । ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ଭିତ୍ତିଭୂମିର ବିକାଶ ସହ ପୁଞ୍ଜି ନିବେଶ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି ସରକାର ।


ବିପର୍ଯ୍ୟୟ ମୁକିବାଲିରେ ଓଡ଼ିଶା ମଡେଲ୍
ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମନାକୁ କରୁଛି ଓଡ଼ିଶା । ଗତବର୍ଷ ଅମ୍ଫନ ଓ ଏବର୍ଷ ୟସ୍ । ସଫଳ ମୁକାବିଲାରେ କରିଛି ଓଡ଼ିଶା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଜିରୋ କାଜୁଆଲିଟି । ଆଗୁଆ ପ୍ରସ୍ତୁତି ଅନେକ ଧନଜୀବନକୁ ରକ୍ଷା କରି ପାରୁଛି । ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ମଡେଲକୁ ସାରା ବିଶ୍ୱ ତାରିଫ କରୁଛି ।
ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ
ଦୁର୍ନୀତି ବିରୋଧରେ ସରକାରଙ୍କ ଜିରୋ ଟଲେରାନ୍ସ ନୀତି । ଶହେରୁ ଅଧିକ ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସର ଓ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ । ପେନସନ୍ ବନ୍ଦ କରିଛନ୍ତି । ଦୁର୍ନୀତି ଅଭିଯୋଗେର ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । ଗୋପାଳପୁର ବିଧାୟକଙ୍କୁ ବିଜେଡିରୁ ବିଦା କରିଛନ୍ତି ନବୀନ ପଟ୍ଟନାୟକ ।
Naveen Announces Science Park And Museum To Establish Outside Of Lower Indra Damପଛୁଆ ବର୍ଗଙ୍କ ବିକାଶ ପାଇଁ କମିଶନ ଗଠନ ଓ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜନୈତିକ ଦୃଷ୍ଟିରୁ ଅପ୍ରତିଦ୍ୱନ୍ଦୀ ନବୀନ । ଏହି ପଞ୍ଚମ ପାଳିରେ ଦୁଇଟି ବିଧାନସଭା ଉପନିର୍ବାଚନରେ ତାଙ୍କ ନେତୃତ୍ୱରେ ବିଜେଡି ବାଜି ମାରିଛି । ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ଜିତିଛି ବିଜେଡି ।

Leave A Reply

Your email address will not be published.