Latest Odisha News

କରୋନା ନେଲା ରାଜ୍ୟରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ବାରିପଦା: କରୋନା ରାଜ୍ୟରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି । ତାଙ୍କ ନାଁ ଅସିତ କୁମାର ବେହେରା । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ନିକଟରେ ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ବାରିପଦାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କରୋନା ସହ ଲଢ଼ି ଆଜି ସକାଳରେ ଜୀବନ ଯୁଦ୍ଧରେ ହାରିଗଲେ ଅସିତ ।

ଗତ ୧୦ ଦିନ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକତା ଦୁନିଆରେ ଶୋକର ଛାୟା । ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକ ତେରାଣ୍ଟି ଗାଁରେ ଅସିତଙ୍କ ଘର । ଘରେ ତାଙ୍କର ସ୍ତ୍ରୀ ଓ ଝିଅ ଅଛି । କରୋନାର ଦ୍ୱିତୀୟ ଲହରରେ ରାଜ୍ୟରୁ ଜଣଙ୍କ ପରେ ଜଣେ ସାମ୍ବାଦିକ ପ୍ରାଣ ହରାଉଛନ୍ତି ।

ଗତ ତିନି ଦିନ ଭିତରେ ରାଜ୍ୟରୁ କରୋନା ନେଲାଣି ୩ ଜଣ ସାମ୍ବାଦିକଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ସେକେଣ୍ଡ ଓ୍ୱେଭରେ କେବଳ ୩୩ ଜଣ କାର୍ଯ୍ୟରତ ସାମ୍ବାଦିକ ପ୍ରାଣ ହରାଇଲେଣି ।

Leave A Reply

Your email address will not be published.