Latest Odisha News

BREAKING NEWS

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ…

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି।

ସେ ବିଧାୟକଙ୍କ ନିଲମ୍ବନକୁ ସମର୍ଥନ କରି କହିଛନ୍ତି ଯେ ବିଜେଡି ତାଙ୍କୁ ପାଟକୁରା ନିର୍ବାଚନମଣ୍ଡଳୀର ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିଲା। କିନ୍ତୁ ଏଥିରେ ସେ ବିଫଳ ହୋଇଛନ୍ତି ଓ ତାଙ୍କ ପାଇଁ ସେଠାକାର ବାସିନ୍ଦାମାନେ କଷ୍ଟ ପାଇଛନ୍ତି। ତେବେ ନବୀନ ଦଳରେ ଥିବା ସମୟରେ ଯେଉଁମାନେ ଲୋକଙ୍କୁ ଅସୁବିଧାରେ ପକାନ୍ତି, ଦଳ ସେମାନଙ୍କୁ ବାହାର କରିଦେଇଥାଏ। ଏଥିସହିତ ଯେଉଁମାନେ ଜନତାଙ୍କୁ କ୍ଷତି ପହଞ୍ଚାଇଥନ୍ତି କିମ୍ବା ଦଳୀୟ ନୀତିକୁ ଦୁର୍ବଳ କରିବା ପାଇଁ କାର୍ଯ୍ୟ କରିଥାନ୍ତି ସେମାନଙ୍କ ପ୍ରତି ଦଳର ଶୂନ୍ୟ ସହନଶୀଳତା ନୀତି ରହିଥିବା ନେଇ ସେ କହିଛନ୍ତି।

୨୦୨୪ ମସିହା ନିର୍ବାଚନରେ ବିଜେଡିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀଙ୍କୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର କରିବା ସହ ବାପା (ବିଜୟ ମହାପାତ୍ର)ଙ୍କ ସହିତ ତାଙ୍କ ନିର୍ବାଚନମଣ୍ଡଳୀରେ ଏକ “ସମାନ୍ତରାଳ ୟୁନିଟ୍” ପରିଚାଳନା କରିବା, ସାର୍ବଜନୀନ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ଏବଂ ନବୀନଙ୍କ ପ୍ରତିଛବିକୁ ଏଡାଇ ଦେବା ଏବଂ ସ୍ଥାନୀୟ ପଦବୀରେ ବିଶ୍ୱସ୍ତ ବିଜେଡି କର୍ମୀଙ୍କୁ ତାଙ୍କ ନିଜ ସମର୍ଥକଙ୍କ ସହିତ ବଦଳାଇବା ଭଳି ଅଭିଯୋଗ ଅରବିନ୍ଦଙ୍କ ବିରୁଦ୍ଧରେ ରହିଛି। ଯଦିଓ ଅରବିନ୍ଦ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛନ୍ତି। ଏପରିକି ଏନେଇ ଦଳୀୟ ନେତୃତ୍ୱଙ୍କଠାରୁ ଠୋସ୍ ପ୍ରମାଣ ଏବଂ ପୂର୍ଣ୍ଣ ସ୍ୱଚ୍ଛତା ଦାବି କରିଛନ୍ତି।

ତେବେ ଏହି ନିଷ୍ପତ୍ତି ପରେ କେନ୍ଦ୍ରାପଡ଼ାରେ ଅରବିନ୍ଦଙ୍କ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ପାଟକୁରାରେ ତାଙ୍କ ବିକାଶମୂଳକ କାର୍ଯ୍ୟକୁ ଉଲ୍ଲେଖ କରି ନିଲମ୍ବନକୁ ପୁନର୍ବିଚାର କରିବାକୁ ସେମାନେ ଦାବି ମଧ୍ୟ କରିଛନ୍ତି।

Comments are closed.