Latest Odisha News

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ…

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନକୁ ନେଇ ମୁହଁ ଖୋଲିଛନ୍ତି।

ସେ ବିଧାୟକଙ୍କ ନିଲମ୍ବନକୁ ସମର୍ଥନ କରି କହିଛନ୍ତି ଯେ ବିଜେଡି ତାଙ୍କୁ ପାଟକୁରା ନିର୍ବାଚନମଣ୍ଡଳୀର ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିଲା। କିନ୍ତୁ ଏଥିରେ ସେ ବିଫଳ ହୋଇଛନ୍ତି ଓ ତାଙ୍କ ପାଇଁ ସେଠାକାର ବାସିନ୍ଦାମାନେ କଷ୍ଟ ପାଇଛନ୍ତି। ତେବେ ନବୀନ ଦଳରେ ଥିବା ସମୟରେ ଯେଉଁମାନେ ଲୋକଙ୍କୁ ଅସୁବିଧାରେ ପକାନ୍ତି, ଦଳ ସେମାନଙ୍କୁ ବାହାର କରିଦେଇଥାଏ। ଏଥିସହିତ ଯେଉଁମାନେ ଜନତାଙ୍କୁ କ୍ଷତି ପହଞ୍ଚାଇଥନ୍ତି କିମ୍ବା ଦଳୀୟ ନୀତିକୁ ଦୁର୍ବଳ କରିବା ପାଇଁ କାର୍ଯ୍ୟ କରିଥାନ୍ତି ସେମାନଙ୍କ ପ୍ରତି ଦଳର ଶୂନ୍ୟ ସହନଶୀଳତା ନୀତି ରହିଥିବା ନେଇ ସେ କହିଛନ୍ତି।

 

Leave A Reply

Your email address will not be published.