ଭୁବନେଶ୍ଵର: ବର୍ଷିଆନ୍ ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ବାବୁଶାନଙ୍କ ସହ ଭିଡିଓ କାଳ ଜରିଆରେ ପଚାରି ବୁଝିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ କରି ଉତ୍ତମ ମହାନ୍ତିଙ୍କ ସ୍ଵାସ୍ଥ୍ୟାବସ୍ଥା କଥା ପଚାରିଛନ୍ତି ନବୀନ । ଅଭିନେତା ଉତ୍ତମ ମହାନ୍ତି ଏବେ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି । ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ କିଛିଦିନ ହେବ ଚିକିତ୍ସାଧୀନ ଅଛନ୍ତି ।
ଓଲିଉଡ଼ ଜଗତର ମାଇଲଖୁଣ୍ଟ କୁହାଯାଉଥିବା ଉତ୍ତମ ମହାନ୍ତି ଏକ ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିବା ବେଳେ ସେଠାରେ ହଠାତ ଅସୁସ୍ଥ ହୋଇପଡିଥିଲେ । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରବର୍ତୀ ସମୟରେ ଚିକିତ୍ସା ପାଇଁ ଉତ୍ତମଙ୍କୁ ଗତ ୮ ତାରିଖରେ ଗୁରୁଗ୍ରାମକୁ ଏୟାରଲିଫ୍ଟ କରାଯାଇଥିଲା । ଏବେ ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ଉତ୍ତମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଓ ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ଟଙ୍କା ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଟଙ୍କା ଆସୁ ଆରୋଗ୍ୟ କାମନା କରୁଛନ୍ତି ।
ତେବେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧା ଯାଇ ଉତ୍ତମଙ୍କ ସହ ଦେଖା କରି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟନାୟକ ଭିଡିଓ କାଳ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଆଉ ଭିଡିଓ କଲ ରେ ବାବୁସାନ ନବୀନଙ୍କୁ କହିଛନ୍ତି ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ଓ ସେ ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି ।
Comments are closed.