Latest Odisha News

BREAKING NEWS

କଟକରେ ନର୍ସିଂ ହୋମ ସିଲ୍

କଟକ: କଟକର ମଙ୍ଗଳାବାଗରେ ଥିବା ଏକ ଘରୋଇ ନର୍ସିଂ ହୋମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।

ମଙ୍ଗଳାବାଗ ଅଞ୍ଚଳରେ ଗତ ୪୫ ବର୍ଷ ଧରି ସ୍ୱାସ୍ଥ୍ୟ କେନ୍ଦ୍ରଟି କାର୍ଯ୍ୟକ୍ଷମ ଥିଲା। ଗତ ବୁଧବାର ସନ୍ଧ୍ୟାରେ ପ୍ରଶାସନିକ ଅଧିକାରୀମାନେ ହସ୍ପିଟାଲରେ ଯାଞ୍ଚ କରିବା ବେଳେ ଉପଯୁକ୍ତ ଅଗ୍ନି ନିରାପତ୍ତା ଏବଂ କ୍ଲିନିକାଲ୍ ସୁରକ୍ଷା ବ୍ୟବସ୍ଥା ନଥିବା ଜଣାପଡିଥିଲା। ଯାହାପରେ ଏହାକୁ ସିଲ୍ କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୨୦୧୫ ମସିହାରୁ ଅନେକ ଥର ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ନର୍ସିଂ ହୋମ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା।

 

Comments are closed.