Latest Odisha News

ଡଃ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ବିୟୋଗରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ନିଜର ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ସୁନନ୍ଦା ପଟ୍ଟନାୟକଙ୍କୁ ଭାରତୀୟ ସଙ୍ଗୀତ ଜଗତର ମହାନ ବିଭୂତି ଭାବରେ ବର୍ଣ୍ଣନା କରିଛନ୍ତି ।


ସେ ସାରା ଜୀବନ ସଙ୍ଗୀତ ପ୍ରତି ସମର୍ପିତ ଥିଲେ ତାଙ୍କ ସିଦ୍ଧି ଓ ସାଧନା ତାଙ୍କୁ ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ମହାନ ଶିଳ୍ପୀଙ୍କ ବିୟୋଗରେ ଭାରତୀୟ ସାଂସ୍କୃତିକ ଜଗତର ଉଜ୍ଜ୍ୱଳ ତମ ଜ୍ୟୋତିସ୍କ ଅସ୍ତମିତ ହୋଇଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ନିମନ୍ତେ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ଓଡିଶାର ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଗାୟକ ତଥା ମହାନ ଓଡିଆ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ କନ୍ୟା ସୁନନ୍ଦାଙ୍କ ରବିବାର ଭୋର ପ୍ରାୟ ୪ଟା ୩୦ମି. ସମୟରେ ଦେହାନ୍ତ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.