ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମିଳିଛି ୱାଇ ପ୍ଲସ କ୍ୟାଟାଗୋରି ସୁରକ୍ଷା। ବିଧାନସଭାରେ ଏଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ କୌଣସ ଅଧିକାରୀଙ୍କୁ ଜେଡ୍+ କିମ୍ବା ୱାଇ+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉ ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା ସୋମବାର ବିଧାନସଭାରେ ପ୍ରଶ୍ନ କରିଥିଲେ କି ରାଜ୍ୟରେ କେଉଁମାନଙ୍କୁ ଜେଡ୍+ ଏବଂ ୱାଇ+ ସୁରକ୍ଷା ମିଳୁଛି। ଏପରିକି ଗତ ୧୦ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ ତଥା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଅନୁସନ୍ଧାନର ସ୍ଥିତି ବିଷୟରେ ମଧ୍ୟ ପ୍ରଶ୍ନ କରିଥିଲେ।
ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଘଟଣାର ତଦନ୍ତ କରୁଥିବା ଅନୁସନ୍ଧାନକାରୀ ସଂସ୍ଥା ଉପରେ ସରକାର ତଥ୍ୟ ସଂଗ୍ରହ କରୁଛନ୍ତି। ଚଳିତ ବର୍ଷ ଅକ୍ଟୋବରରେ ରାଜ୍ୟ ସରକାର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷାକୁ ଜେଡ୍+ ରୁ ୱାଇ+ ଶ୍ରେଣୀକୁ ହ୍ରାସ କରିଛନ୍ତି। ରାଜ୍ୟରେ ଏକମାତ୍ର ବ୍ୟକ୍ତି ଭାବେ ସେ ଏହି ସୁରକ୍ଷା ପାଉଛନ୍ତି। ଏପରିକି ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍+ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଉଥିବା କହିଥିଲେ ମୁଖ୍ୟମନ୍ତ୍ରୀ।
Comments are closed.