Latest Odisha News

ଲୁଡୁ ଖେଳ ହେଲା କାଳ, ସ୍ତ୍ରୀର ମେରୁଦଣ୍ଡ ଭାଙ୍ଗିଦେଲା ସ୍ୱାମୀ

ଗୁଜୁରାଟ: ଲୁଡୁ ଖେଳ ହେଲା କାଳ । ହାରିବା ସହ୍ୟ କରିପାରିଲେନି ସ୍ୱାମୀ । ରାଗିଗଲେ, ସ୍ତ୍ରୀକୁ ନିସ୍ତୁକ ମାଡ ମଧ୍ୟ ମାରିଲେ । ରାଗ ଏତେ ଯେ, ସ୍ତ୍ରୀକୁ ପିଟି ପିଟି ତାର ମେରୁଦଣ୍ଡ ଭାଙ୍ଗିଦେଲେ । ଲକଡାଉନ୍ ଭିତରେ ଏଭଳି ଏକ ଲୋମଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି ଗୁଜୁରାଟ ବଡୋଦରାରୁ ।

ଲକଡାଉନ୍ ବେଳେ ସମୟ କାଟିବା ପାଇଁ ବଡୋଦରା ସ୍ୱାମ-ସ୍ତ୍ରୀ ଲୁଡୁ ଖେଳୁଥିଲେ । ଖେଳ ଆରମ୍ଭରୁ ସବୁ କିଛି ଠିକ ଥିଳା । ତେବେ ପ୍ରଥମ ବାଜିରେ ସ୍ତ୍ରୀଠାରୁ ହାରି ଯାଇଥିଲେ ସ୍ୱାମୀ । ତା ପରେ ଆରମ୍ଭ ହୋଇଥିଲା ଆଉ ଏକ ରାଉଣ୍ଡ ଖେଳ । ତେବେ ସ୍ତ୍ରୀର ଗୋଟି ଚଳାନା ଆଗରେ ବାରମ୍ବାର ମାତ୍ ଖାଉଥିଲେ ସ୍ୱାମୀ । ସବୁ ଚାଲ ତାଙ୍କର ଫେଲ୍ ମାରୁଥିଲା ।

ଏଭଳି ଚାରିଥର ହାରିବା ପରେ ସ୍ୱାମୀଙ୍କ ରାଗ ପୁରା ଚରମ ସୀମାରେ ପହଂଚିଗଲା । ରାଗରେ ପଂଚମ ହୋଇଗଲେ । ନିଜକୁ ଆଉ ସମ୍ଭାଳି ପାରିଲେନି । ଶେଷରେ ସ୍ତ୍ରୀ ଉପରେ ସବୁ ରାଗ ଶୁଝାଇ ଦେଇଥିଲେ । ଏପରିକି ସ୍ତ୍ରୀକୁ ମାଡ ମାରି ତାର ମେରୁଦଣ୍ଡ ହାଡ ଭାଙ୍ଗି ଦେଇଥିଲେ ସ୍ୱାମୀ ।

ତେବେ ରାଗ ଶାନ୍ତ ପଡିବା ପରେ ସ୍ତ୍ରୀକୁ ମେଡିକାଲ ନେଇଥିଲେ । ହେଲେ ସ୍ତ୍ରୀ କିନ୍ତୁ ଆଉ ସ୍ୱାମୀ ପାଖକୁ ଫେରିବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ । ଖେଳକୁ ନେଇ ସଇତାନ ସାଜିଥିବା ସ୍ୱାମୀ ଭୁଲ୍ ମାଗିଥିଲେ । ହେଲେ କିଛି ଶୁଣିନଥିଲା ସ୍ତ୍ରୀ । ଏନେଇ ବଡୋଦରା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.