ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସରେ ଏହାର ଉଦ୍ଘାଟନ କରିଛନ୍ତି । ଏହା ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ଉଦ୍ଘାଟିତ ହୋଇଛି । ପୂର୍ବରୁ କଟକ ଏସ୍ସିବି ସହ ଅନ୍ୟ ତିନୋଟି କୋଭିଡ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଖୋଲିଛି ।
ସେହିପରି ପ୍ଲାଜମା ଦାନ ପାଇଁ ପୋର୍ଟାଲ ଓ ପୁସ୍ତିକାର ମଧ୍ୟ ଉନ୍ମୋଚନ କରାଯାଇଛି । କରୋନା ରୋଗୀଙ୍କୁ ନୂଆ ଜୀବନ ଦେବାକୁ ପ୍ଲାଜମା ବ୍ୟାଙ୍କର ପରିକଳ୍ପନା କରି ଏହି ଦିଗରେ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପମାନ ନେଉଛନ୍ତି । ଯେଉଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନେ ନିଜର ପ୍ଲାଜମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କୁ ନୂଆ ଜୀବନ ଦେବାରେ ସହାୟକ ହେଉଛନ୍ତି ।
Comments are closed.