Latest Odisha News

BREAKING NEWS

ମନରେଗା କାମରେ ଦୁର୍ନୀତି ହୋଇଛି: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ମନରେଗା କାମରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଲା ବିଜେପି । ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ସଠିକ ଭାବେ କାମ ମିଳୁନାହିଁ । ଶ୍ରମିକଙ୍କ ବଦଳରେ ଜେସିବି ଓ ଟ୍ରାକ୍ଟର ରାତିଅଧିଆ କାମ କରୁଛନ୍ତି । ଶ୍ରମିକଙ୍କ ଅର୍ଥ ବାଟମାରଣ ହେଉଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଏପରିକି ବୃଦ୍ଧ ବ୍ୟକ୍ତି, ବାର୍ଦ୍ଧକ୍ୟ ଭ୍‌ତ୍ତା ଏବଂ ସ୍କୁଲ ଶିକ୍ଷକଙ୍କ ନାଁରେ ମଧ୍ୟ ଟଙ୍କା ହଡମ କରାଯାଇଥିବା ବିଜେପି ଅଭିଯୋଗ କରିଛି । ଗଂଜାମ ଜିଲ୍ଲା ଖଲ୍ଲିକୋଟର ବକୁଟା ପଂଚାୟତରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଯଦି ରାଜ୍ୟ ସରକାର ଏନେଇ କିଛି ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ସବୁ ବ୍ଲକ ଆଗରେ ଧାରଣା ଦେବ ବୋଲି ବିଜେପି ଧମକ ଦେଇଛି ।

Leave A Reply

Your email address will not be published.