Latest Odisha News

BREAKING NEWS

ବିଜେପି ଶାସନରେ ଦୁଷ୍କର୍ମ ମାମଲା; ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ୧୦ ବର୍ଷୀୟା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ଏପରିକି ଏହାକୁ ‘ଏକ ଅତ୍ୟନ୍ତ ଜଘନ୍ୟ କାଣ୍ଡ’ ବୋଲି କହିଛନ୍ତି।

ତେବେ ମଙ୍ଗଳବାର ଦିନ ୨ଟାରେ ଘରୁ ବାହାରିବାର ପ୍ରାୟ ୬ ଘଣ୍ଟା ପରେ ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁର ଏକ ବୁଦା ନିକଟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ଓ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ପରେ ପୋଲିସ ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ତେବେ ଏପରି ଜଘନ୍ୟ କାଣ୍ଡ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତୁରନ୍ତ ଇସ୍ତଫା ଦାବି କରି ବିଜୁ ଯୁବ ଜନତା ଦଳ (ବିୱାଇଜେଡି) ଏବଂ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ଯୁବ ଏବଂ ଛାତ୍ରମାନେ ତାଙ୍କ ବାସଭବନ ଘେରାଉ କରିଥିଲେ।

ପୂର୍ବରୁ ଧଉଳି ଏବଂ ଗୋପାଳପୁରରେ ଗଣଦୁଷ୍କର୍ମ, ସହିଦ ନଗରରେ ୧୭ ବର୍ଷୀୟା ନାବାଳିକାଙ୍କ ଦୁଷ୍କର୍ମ ଏବଂ ବାଲିହରଚଣ୍ଡୀ ଏବଂ ମାଲକାନଗିରିରେ ଘଟିଥିବା ଅନ୍ୟାନ୍ୟ ଘଟଣା ସହିତ ଯୋଡ଼ି ପ୍ରତିବାଦକୁ ଆହୁରି ତୀବ୍ର କରାଯାଇଥିଲା। ତେବେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ପରଠାରୁ ମହିଳା ମାନଙ୍କ ପ୍ରତି ଦୁଷ୍କର୍ମ ଓ ଅପରାଧ ବଢ଼ିବାରେ ଲାଗିଛି ବୋଲି ମଧ୍ୟ ଅଭିଯୋଗ କରାଯାଉଛି।

Comments are closed.