Latest Odisha News

BREAKING NEWS

ଓଡିଶା ପାଇଁ ଗୋଟିଏ ରେଳବାଇ ଜୋନ୍ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ  ଓଡିଶାରେ ଗୋଟିଏ ରେଳବାଇ ଜୋନ ଗଠନ ନେଇ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମଧ୍ୟଦେଇ ଯାଇଥିବା ବିଭିନ୍ନ ରେଳ ଜୋନକୁ  ଗୋଟିଏ ଜୋନ ଅଧିନକୁ ଅଣାଯିବା ପାଇଁ ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ପୂର୍ବରୁ ରାଜ୍ୟ ସରକାର ଦାବି ଉଠାଇଥିବା ବେଳେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଓଡିଶା ମଧ୍ୟ ଦେଇ ଯାଇଥିବା ସବୁ ରେଳପଥକୁ ପୂର୍ବତଟ ରେଳବାଇ ଅଧିନକୁ ଆଣିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୦୩ରେ କେନ୍ଦ୍ର ସରକାର ରାଜ୍ୟ ପାଇଁ ସ୍ବତନ୍ତ୍ର ପୂର୍ବତଟ ରେଳବାଇ ଜୋନ ଗଠନ କରିଥିଲେ । ଏବେ କିନ୍ତୁ କେନ୍ଦ୍ର ସରକାର ବିଶାଖାପଟଣାରେ ଦକ୍ଷୀଣ ତଟ ରେଳବାଇ ଜୋନ ଗଠନ କରିବାକୁ ପ୍ରସ୍ତାବ ରଖିଛନ୍ତି । ଏହାଦ୍ବାରା ପୂର୍ବତଟ ରେଳବାଇ ବ୍ୟାପକ ଭାବେ ପ୍ରଭାବିତ ହେବ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରସ୍ତାବିତ ରେଳପଥ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏହାଦ୍ବାରା ରାଜ୍ୟରେ ରେଳବାଇ ମଧ୍ୟରେ ସହଜରେ ସମ୍ବନୟ ରକ୍ଷା କରାଯାଇପାରିବ ।

ଓଡିଶା ମଧ୍ୟ ଦେଇ ଯାଇଥିବା ସବୁ ରେଳପଥକୁ ଗୋଟିଏ ଜୋନ  ଅଧିନକୁ ଆଣି  ରାଉଲକେଲା, ଯାଜପୁର କିମ୍ବା ଯାଜପୁର-କେନ୍ଦୁରଝର ରୋଡ ଓ ରାୟଗଡା ଠାରେ ତିନୋଟି ନୂଆ ରେଳବାଇ ଡିଭିଜନ ଗଠନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷୀଣ-ପୂର୍ବ ରେଳପଥ ଅଧିନରେ ଥିବା ଝାରସୁଗୁଡା-ବର୍ସୁଆଁ-କିରିବୁରୁ ରେଳପଥ, ରାଉଲକେଲା-ନୂଆଗାଁ ଓ ଦକ୍ଷୀଣ-ପୂର୍ବ-କେନ୍ଦ୍ରୀୟ ରେଳ ଡିଭିଜନ ଅଧିନରେ ଥିବା ଝାରସୁଗୁଡା-ହିମଗିରି ରେଳପଥକୁ ପ୍ରସ୍ତାବିତ ରାଉଲକେଲା ରେଳ ଡିଭିଜନ ସହ ସାମିଲ କରାଯିବାକୁ ମଧ୍ୟ ଦାବି କରିଛନ୍ତି ।

ସେହିଭଳି ଯାଜପୁର କିମ୍ବା ଯାଜପୁର-କେନ୍ଦୁଝର ରୋଡ ଡିଭିଜନରେ ବାଂଶପାଣୀ-ପଦପାହାଡ, ରୁପସା-ବାଙ୍ଗିରିପୋଷି ଓ ଭଦ୍ରକ-ଲକ୍ଷଣନାଥ ରୋଡ ରେଳପଥକୁ ନୂଆ ଡିଭିଜନ ଅଧିନକୁ ଅଣାଯାଉ । ସେହିଭଳି ରାୟଗଡାରେ ମଧ୍ୟରେ ପୂର୍ବତଟ ରେଳବାଇ ଜୋନ ଅଧିନରେ ଏକ ନୂଆ ଡିଭିଜନ ଗଠନ କରାଯାଉ । ଏହି ଡିଭିଜନରେ ନୂଆପଡା-ଗୁଣପୁର, ରାୟଗଡା-ଟିଟଲାଗଡ-ରାୟପୁର, କୋରାପୁଟ-ରାୟଗଡା, କୋରାପୁଟ-ଜୟପୁର-ଜଗଦଲପୁର-କିରାଣ୍ଡୁଲ ଏବଂ ଲାଂଜିଗଡ ରୋଡ-ଜୁନାଗଡ ରେଳପଥକୁ ସାମିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.