Latest Odisha News

BREAKING NEWS

ଜୁଲାଇ ୧୨ରେ ନବୀନ ପଟ୍ଟନାୟକ ଫେରିବେ ଓଡ଼ିଶା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶନିବାର ଅର୍ଥାତ ଜୁଲାଇ ୧୨ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ଦିଆଯାଇଛି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ଓବିସି ସେଲ୍ର ଆବାହକ ତଥା ବିଧାୟକ ଡ଼ ଅରୁଣ କୁମାର ସାହୁ ଓ ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ, ସଭାପତି ନବୀନ ପଟ୍ଟନାୟକ ମୁମ୍ୱାଇରୁ ଶନିବାର ଦିନ ମଧ୍ୟାହ୍ନ ୧୧ଟା ୫୦ ମିନିଟ୍ ସମୟରେ ଭୁବନେଶ୍ୱର ଫେରିବେ ବୋଲି କହିଥିଲେ ।

ଗତ ଜୁନ୍ ୨୦ ତାରିଖରେ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ୱାଇ ଯାଇଥିଲେ । ଜୁନ ୨୨ ତାରିଖରେ ମୁମ୍ୱାଇ ସ୍ଥିତ କୋକିଳାବେନ୍ ଧୀରୁଭାଇ ଆମ୍ୱାନୀ ହସ୍ପିଟାଲରେ ତାଙ୍କର ଅପରେସନ ହୋଇଥିଲା । ରାଜ୍ୟର ଅଗଣିତ ଜନସାଧାରଣ ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ । ଅପରେସନ ପରେ ପଟ୍ଟନାୟକ ସୁସ୍ଥ ହୋଇ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱର ଫେରିବେ ବୋଲି ମିଶ୍ର କହିଥିଲେ ।

 

Comments are closed.