Latest Odisha News

କୋଭିଡ-୧୯ ପୋର୍ଟାଲରେ ଭଉଣୀ ଗୀତାଙ୍କ ନାମ ପଞ୍ଜୀକରଣ କଲେ ନବୀନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ପଂଜୀକରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ ବିଦେଶରୁ ଓଡ଼ିଶା ଫେରିଥିବାରୁ ତାଙ୍କ ଉଭଣୀ ଗୀତାଙ୍କ ନାଁକୁ ନବୀନ ପଂଜୀକରଣ କରିଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଏଥିସହ ନବୀନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାବାସୀଙ୍କୁ ଅପିଲ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଦେଶରୁ ଓଡ଼ିଶାକୁ ଆସୁଥିବା ନିଜର ପରିଜନ ଓ ବନ୍ଧୁବାନ୍ଧବଙ୍କୁ କୋଭିଡ-୧୯ ପୋର୍ଟାଲରେ ରେଜିଷ୍ଟ୍ରେସନ କରାନ୍ତୁ । ଏହା ଓଡ଼ିଶାକୁ କରୋନା ଭାଇରସ ସଂକ୍ରମଣରୁ ରକ୍ଷା କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.