Latest Odisha News

BREAKING NEWS

କରୋନା ଡର: ଧାର୍ମିକ ଅନୁଷ୍ଠାନମାନଙ୍କୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ମାନିବାକୁ ପରାମର୍ଶ

ଭୁବନେଶ୍ୱର:କରୋନା ଭୂତାଣୁ ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ଧାର୍ମିକ ସଂସ୍ଥାଗୁଡିକ ନିମନ୍ତେ ରାଜ୍ୟ ସରକାର ଜାରି କରିଛନ୍ତି ନିର୍ଦ୍ଦେଶାବଳୀ । ଏସବୁକୁ ଠିକ୍ ଭାବରେ ପାଳନ କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଯଦି କୌଣସି ଧାର୍ମକ ଅନୁଷ୍ଠାନ ନିର୍ଦ୍ଦେଶାବଳୀକୁ ମାନିବାକୁ ଅସମର୍ଥ ହୁଅନ୍ତି ତେବେ ଅନୁଷ୍ଠାନ ଭିତରକୁ କୌଣସି ଯାତ୍ରୀଙ୍କ ପ୍ରବେଶ ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏସବୁ ଭିତରେ ଧାର୍ମିକ ଅନୁଷ୍ଠାନର ନୀତିକାନ୍ତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଏଥି ସହିତ ଧାର୍ମିକ ସଂସ୍ଥାଗୁଡିକ ପରିଚାଳନା କରୁଥିବା ସଂସ୍ଥା, ବୋର୍ଡ, ଟ୍ରଷ୍ଟକୁ ପୂଜାରୀ, ସେବାୟତ, ଯାତ୍ରୀ ଓ ସୁରକ୍ଷାକର୍ମୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ କୁହାଯାଇଛି ।

Leave A Reply

Your email address will not be published.