Latest Odisha News

ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ନବୀନ

ଭୁବନେଶ୍ଵର: ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବସିଥିବା ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକରେ ଏନେଇ ସୂଚନା ଦେଇଛନ୍ତି ନବୀନ । ଦଳୀୟ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଭେଟିବେ ନବୀନ । ଏଥିପାଇଁ ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତ କରିବେ ନୀବନ । ଗତ ୨୪ ବର୍ଷ ହେବ ଓଡ଼ିଶାବାସୀ ବିଜେଡିକୁ ଆର୍ଶୀବାଦ ଦେଇଛନ୍ତି । ବିଜେଡି ଉପରେ ଭରସା କରିଥିବାରୁ ଓଡ଼ିଶାବାସୀଙ୍କ ନିକଟରେ ଆମେ ଋଣୀ ବୋଲି କହିଛନ୍ତି ନବୀନ । ତେବେ ଆଗକୁ ଲୋକଙ୍କ ସେବା ଜରି ରଖିବାକୁ ଏବଂ ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ବିଜେଡି ନେତା ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ୧୫ ଜଣ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ବିଜେଡିର ରାଜ୍ୟସ୍ତରୀୟ ସଂଗଠନ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ବିକାଶ ସଂକଳ୍ପ ଆଗକୁ ନେବାକୁ ସଂଗଠନ ଢାଞ୍ଚା ଓ ଦଳକୁ କିପରି ଆଗକୁ ନିଆଯିବ ସେନେଇ ଆଲୋଚନା କରାଯାଇଥିଲା ।

Comments are closed.