Latest Odisha News

BREAKING NEWS

ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି:ପ୍ରଶାନ୍ତ

ଭୁବନେଶ୍ବର: ନବୀନଙ୍କ ପାଣ୍ଡିଆନ୍ ପ୍ରେମ ଏବେ ବି ସରିନି । ଏହିଭଳି କହି ପାଣ୍ଡିଆନ ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି  ପ୍ରଶାନ୍ତ ଜଗଦ୍ଦେବ । ୩ ଦିନିଆ ଜାମିନ ମିଳିବା ପରେ ଆଜି କଟକ ବଡ଼ ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ମେଡ଼ିକାଲରୁ ଡିସଚାର୍ଜ ହେବା ପରେ ସେ ପାଣ୍ଡିଆନ ଓ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ,ଆଜିଠୁ ବିଜେଡି ଦଳର ଯୁଗ ଅନ୍ତ ହେଲା। ଆଜିଠୁ ଖୋର୍ଦ୍ଧା ଓ ଓଡିଶାରେ ବିଜେପିର ସରକାର ଦେଖିବେ ଓଡିଶାବାସୀ।

ନବୀନଙ୍କୁ କଟାକ୍ଷ କରି କହିଲେ କି  ବିଜେଡିର ଶୋଚନୀୟ ପରାଜୟ ପରେ ନବୀନ ପାଣ୍ଡିଆନ୍‌ଙ୍କୁ ପ୍ରଶଂସାରେ ପୋତି ଦେଉଛନ୍ତି  । ଓଡିଶାରୁ ତାମିଲ ଶାସନ ହଟିଲା । ନବୀନଙ୍କ ପାଣ୍ଡିଆନ ପ୍ରେମ ଏବେ ବି ସରିନି କହିଲେ ପ୍ରଶାନ୍ତ । ଏଥିସହ ପ୍ରଶାନ୍ତ କହିଛନ୍ତି, ଲୋକଙ୍କ ଭଲ ପାଇବା ମୋ ପ୍ରତି ରହିଛି । ଜୀବନର ଶେଷ ରକ୍ତ ବିନ୍ଦୁ ଯାଏଁ ଖୋର୍ଦ୍ଧା ଲୋକଙ୍କ ସେବା କରିବି । ସେ କହିଛନ୍ତି, ମୋତେ ଷଡ଼ଯନ୍ତ୍ର କରି ଫସାଇଦେଲେ , ମୁଁ ବୁଥ୍ ରେ କୌଶସି ପ୍ରକାରର ଭଙ୍ଗାରୁଜା କରିନି ।

ସୂଚନା ଅନୁସାରେ, ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନଂ. ବୁଥ୍‌ରେ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରି ଖୋର୍ଦ୍ଧା ଜେଲକୁ ପଠାଇଥିଲା।  ୨୮ତାରିଖ ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ୨୯ତାରିଖ ଭୋର ୪ଟାରେ  ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ଭିତରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେହିଦିନଠାରୁ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଆଜି ସେ ଏସସିବିରୁ ଡିସଚାର୍ଜ ହୋଇଛନ୍ତି । ସେପଟେ ଗତ ଶୁକ୍ରବାର କୋର୍ଟ ତାଙ୍କୁ ୩ ଦିନିଆ ଜାମିନ୍ ପ୍ରଦାନ କରିଛନ୍ତି  ।  ଡିସଚାର୍ଜ ପରେ ତାଙ୍କର ଶହ ଶହ ସମର୍ଥକ ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ପାଣ୍ଡିଆନ ପ୍ରସଙ୍ଗରେ ଜଗଦେବ ଦେଇଥିବା ମନ୍ତବ୍ୟ ଉପରେ ନବୀନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.