Latest Odisha News

ପଖାଳ ମୋର ପସନ୍ଦ, ପିଠା ପ୍ରତି ରହିଛି ବିଶେଷ ରୁଚି: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ଖାଇବାକୁ ଭଲ ପାଆନ୍ତି । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ପ୍ରମୋଶନ ଅବସରରେ ଏହି କଥା କହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଏଥି ସହ ସେ କହିଛନ୍ତି, ‘ଓଡିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁଙ୍କଠାରେ ଛପନ ଭୋଗ ହୋଇଥାଏ । ଓଡିଶାର ପର୍ବପର୍ବାଣୀ ଓ ପିଠାରେ ତାଙ୍କର ବିଶେଷ ରୁଚି ରହିଛି । ବାହାରୁ ଆସୁଥିବା ପ୍ରତିଟି ଅତିଥିଙ୍କୁ ଆତିଥ୍ୟରେ ମୁଁ ଓଡିଆ ଖାଦ୍ୟ ଦେବା ପାଇଁ ପସନ୍ଦ କରେ ।’

ଓଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଓଟିଡିସି ପକ୍ଷରୁ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । ବହୁ ପ୍ରତିଯୋଗୀ ଏଥିରେ ଭାଗ ନେଇ ନିଜ ରୋଷେଇର କଳାନିପୁଣତା ଦେଖାଇଥିଲେ । ଏହା ଆସନ୍ତାକାଲିଠାରୁ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଛି । ପ୍ରତି ଶନିବାର ଓ ରବିବାର ଏହା ପ୍ରସାରିତ ହେବ ।

Leave A Reply

Your email address will not be published.