Latest Odisha News

BREAKING NEWS

ରାଜସ୍ଥାନରେ ଆସ୍ଥା ଭୋଟ୍ ଜିଣିଲେ ଅଶୋକ ଗେହଲଟ୍‌

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭାରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ସରକାର ଶୁକ୍ରବାର ଦିନ ଆସ୍ଥା ଭୋଟରେ ବହୁମତ ହାସଲ କରିଛନ୍ତି ।

ରାଜସ୍ଥାନ ବିଧାନସଭାରେ ଆଜି ଆସ୍ଥା ଭୋଟ୍ ଆଗତ ହୋଇଥିଲା ବେଳେ ଗେହଲଟ୍ ସରକାର ବହୁମତ ହାସଲ କରିଥିଲେ । ବିରୋଧି ମାନଙ୍କର ଅନେକ ଚେଷ୍ଟା ପରେ ମଧ୍ୟ ବହୁମତ ସରକାରଙ୍କ ପକ୍ଷରେ ଯାଇଛି ବୋଲି କଂଗ୍ରେସ ନେତା ସଚିନ୍ ପାଇଲଟ୍ ପ୍ରକାଶ କରିଛନ୍ତି ।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ବହୁମତ ସାବ୍ୟସ୍ତ ପାଇଁ ମ୍ୟାଜିକ୍ ନମ୍ୱର ରହିଛି ୧୦୧ । ପୂର୍ବରୁ ପାଇଲଟ ଗ୍ୟାଙ୍ଗର ଅସନ୍ତୋଷ ସମର୍ଥନ ଜୁଟାଇବା କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଥିଲା ।

ହେଲେ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ଏବେ କଂଗ୍ରେସ ହାତରେ ୧୦୭ ବିଧାୟକଙ୍କ ସମେତ ୧୨୫ ଜଣଙ୍କର ସମର୍ଥନ ରହିଛି । ବିଜେପି ପାଖରେ ୭୫ ବିଧାୟକଙ୍କ ସମର୍ଥନ ରହିଛି । ଯେଉଁଥିରେ ବିଜେପିର ୭୨ ବିଧାୟକ ଓ ୩ ସହଯୋଗୀ ବିଧାୟକ ଆରଏଲପିର ରହିଛନ୍ତି ।

Leave A Reply

Your email address will not be published.