Latest Odisha News

ଓଡିଶାକୁ ‘ସ୍ପେଶାଲ୍ ଫୋକସ ଷ୍ଟେଟ’ ମାନ୍ୟତା ଲାଗି ଦାବି କଲେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବା ଲାଗି ଦାବି କରିଛନ୍ତି ।

ଏହି ବୈଠକକୁ ସମ୍ବୋଧିକ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ଫନୀ ସମୟରେ ଓଡିଶାର ସହାୟତା କରିଥିବା ଯୋଗୁଁ କେନ୍ଦ୍ରକୁ ଧନ୍ୟବାଦ ଜଣାଉଛି । ବାରମ୍ବାର ଏଭଳି ପ୍ରାକୃତିକ ବିପର୍ଯ୍ୟୟ ହେଉଥିବା ଯୋଗୁଁ ଓଡିଶାକୁ ସ୍ୱତନ୍ତ୍ର ଆର୍ଥୀକ ପ୍ୟାକେଜ ଘୋଷଣା କରିବା ଲାଗି ଅନୁରୋଧ ମଧ୍ୟ କରୁଛି ।

ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଇଲା ଉତ୍ତୋଳନ କ୍ଷେତ୍ରରେ ରୟାଲିଟି ବୃଦ୍ଧି ତଥା ବ୍ୟାଙ୍କିଂ ବ୍ୟବସ୍ଥା, ଟେଲିକମ୍ ସଂଯୋଗ କରିବା ଉପରେ ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆହୁରି ମଧ୍ୟ ଓଡିଶାରେ ରେଳର ଭିତ୍ତିଭୂମି ବିକାଶ ସମ୍ପର୍କରେ ଆଲୋଚନା କରିବା ସହ ସେ କହିଛନ୍ତି, ରେଳ ପ୍ରକଳ୍ପ ଲାଗି ରାଜ୍ୟ ୫୦ ପ୍ରତିଶତ ଅର୍ଥ, ନିଃଶୁଲ୍କ ଭୂମି ପ୍ରଦାନ କରୁଥିବା ବେଳେ ବିକାଶ କାର୍ଯ୍ୟ ବହୁ ବିଳମ୍ବ ହେଉଛି ।

 

 

Comments are closed.