Latest Odisha News

BREAKING NEWS

ଶାହାଙ୍କ ଅଧ୍ୟକ୍ଷତାରେ ଚାଲିଛି ପୂର୍ବାଞ୍ଚଳ ପରିଷଦ ବୈଠକ; ନବୀନ ରଖିଲେ ବିଭିନ୍ନ ଦାବି

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକ। ଏହି ବୈଠକ ଆଜି ପୂର୍ବାହ୍ନ ୧୦ଟା ୪୦ମିନିଟ ସମୟରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି।

ନବୀନଙ୍କ ପ୍ରସ୍ତାବ:

ଭୁବନେଶ୍ୱରରେ ଆୟୋଜିତ ୨୪ତମ ପୂର୍ବାଞ୍ଚଳ ପରିଷଦ ବୈଠକରେ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସ୍ପେଶାଲ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବା ଲାଗି ଦାବି କରିଛନ୍ତି ।

ପୂର୍ବାଞ୍ଚଳରୁ ଦେଶ ଅଧିକ ଖଣି ରାଜସ୍ୱ ପାଉଛି । ଏହା ଦେଶର ଶିଳ୍ପାୟନର ବିକାଶରେ ସବୁଠାରୁ ବଡ ମାଧ୍ୟମ ସାଜିଛି ।ପୂର୍ବାଞ୍ଚଳ ଜନସାଧାରଣ ମଧ୍ୟ ଏହି ବିକାଶର ଭାଗିଦାରୀ ହେବା ଉଚିତ ବୋଲି କହିଛନ୍ତି ନବୀନ ।

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଲଗାତର ରହିଥିବାରୁ ଏହି ଭିତରେ ଓଡିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପ୍ରସ୍ତାବକୁ ବିଚାରକୁ ନେବା ପାଇଁ ଦାବି କରିଛନ୍ତି ନବୀନ।

ଭାରତରେ ଏହି ୪ ପୂର୍ବାଞ୍ଚଳ ରାଜ୍ୟ ଆଦିବାସୀ ବହୁଳ ଅଂଚଳ ଅଧିକ ହୋଇଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛନ୍ତି ନବୀନ।

ଧାନ କିଣାରେ ସବସିଡି ନଦେବା,ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହିତ ମାଗଣ ଜମି ଦେଉଥିଲେ ବି କାମ ଆଗକୁ ବଢୁନଥିବା ପ୍ରସଙ୍ଗ ମଧ୍ୟ ପରିଷଦ ବୈଠକରେ ଉଠାଇଛନ୍ତି ନବୀନ ।

ଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ ସେବା ଓ ରେଳ, ସଡକ ସଂଯୋଗ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ନବୀନ ପ୍ରସ୍ତାବ ରଖିଛନ୍ତି ।

Leave A Reply

Your email address will not be published.