Latest Odisha News

BREAKING NEWS

ନବୀନଙ୍କ ଅନୁରୋଧ ପରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ଘୁଞ୍ଚିଲା ଜେଇଇ ରେଜିଷ୍ଟ୍ରେସନ ତାରିଖ

ଭୁବନେଶ୍ୱର : ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଜଏଣ୍ଟ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ (ଜେଇଇ) ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧିକୁ ଆଗାମୀ ୫ ଦିନ ଯାଏଁ ଅର୍ଥାତ୍ ମେ ୧୪ ତାରିଖ ଯାଏଁ ବୃଦ୍ଧି କରାଯାଇଛି।

ଏସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଟ୍ୱିଟ କରି ଏହି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ମେ ୩ରୁ ୯ ତାରିଖ ପର‌୍ୟ୍ୟନ୍ତ ରେଜିଷ୍ଟ୍ରେସନ ଲାଗି ଦିନ ଧାର‌୍ୟ୍ୟ କରାଯାଇଥିଲା। ବାତ୍ୟା ‘ଫୋନି’ ଯୋଗୁଁ ରାଜ୍ୟରେ ମୋବାଇଲ ସେବା ଓ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଥିବାରୁ ଜେଇଇ ପଞ୍ଜିକରଣକୁ ଆଉ ୧୦ ଦିନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଦାବି କରିଥିଲେ ।

Leave A Reply

Your email address will not be published.