ଭୁବନେଶ୍ୱର: ଆସିଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା । ତାଲିକର ତଥ୍ୟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଧନୀ । ସେହିପରି କ୍ରୀଡା ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜ୍ୟର ସବୁଠୁ ଗରିବ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ୨୦୧୮-୧୯ ଆର୍ଥିକ ବର୍ଷର ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ରିପୋର୍ଟରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ପୂର୍ବପରି ରାଜ୍ୟର ସବୁଠାରୁ ଧନୀ ମନ୍ତ୍ରୀ ଅଛନ୍ତି । ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ ୪୯.୨୪ କୋଟି ଟଙ୍କା ଥିଲା । ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ତାହା ୬୩.୬୪ କୋଟି ଟଙ୍କାରେ ପହଂଚିଛି । ଏହି ସମ୍ପତ୍ତି ମଧ୍ୟରେ ନବୀନଙ୍କର ୨ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଥିବା ଦର୍ଶାଯାଇଛି । ଏଥିସହ ତାଙ୍କ ପାଖରେ ୧୯୮୦ ମସିହାର ଏକ ଆମ୍ବାସାଡର ଅଛି । ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି । ଏଥିସହ ସେ ଏ ଯାଏଁ ନିଜ ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ଧାର ଆଣିଥିବା ୧୫ ଲକ୍ଷ ଟଙ୍କାର ଋଣ ପରିଶୋଧ କରିନାହାନ୍ତିି ।
ସେହିପରି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ତାଙ୍କ ପତ୍ନୀ ଡେଜି ଓ ଝିଅ ଐଶ୍ୱର୍ଯ୍ୟାଙ୍କ ନାଁରେ ପ୍ରାୟ ୧୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ପ୍ରତାପଙ୍କ ପାଖରେ ୧୮୦ ଗ୍ରାମ ସୁନା ଓ ତାଙ୍କ ପତ୍ନୀ ଡେଜିଙ୍କ ପାଖରେ ୬ଶହ ଗ୍ରାମ ସୁନା ଓ ୨କିଲୋ ରୁପା ଅଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପାଖରେ ନଗଦ ୧୩.୩୧ ଲକ୍ଷ ଟଙ୍କା, ପତ୍ନୀ ମୀନତି ଦାସଙ୍କ ପାଖରେ ୧୪.୮୦ ଲକ୍ଷ ଟଙ୍କା, ପୁଅ ବିଶାଲଙ୍କ ପାଖରେ ୩ଲକ୍ଷ ଟଙ୍କା ଓ ଝିଅ ଦୀପାଳିଙ୍କ ପାଖରେ ୨.୦୭ ଲକ୍ଷ ଟଙ୍କା ରହିଛି । ଏହପରି ଭାବେ ମନ୍ତ୍ରୀଙ୍କ ସମ୍ପତି ପ୍ରାୟ ୩୨ ଲକ୍ଷ ଟଙ୍କା ରହିଛି । ଏଥିସହ ପ୍ରାୟ ୧ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୨ କୋଟିରୁ ଅଧିକ ସ୍ଥାୟୀ ଜମା ରହିଛି ।
କୃଷିମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ପତ୍ନୀଙ୍କ ମୋଟ ସମ୍ପତ୍ତି ପ୍ରାୟ ୬୭ ଲକ୍ଷ ଟଙ୍କା ହୋଇଥିବା ବେଳେ ଅରୁଣଙ୍କଠୁ ତାଙ୍କ ଅଧ୍ୟାପିକା ପତ୍ନୀ ଅଧିକ ଧନୀ ବୋଲି ତଥ୍ୟ କହୁଛି । ତାଙ୍କ ୨ ଝିଅଙ୍କ ନାଁରେ ସାଢ଼େ ୭ଲକ୍ଷ ଟଙ୍କାର ବୀମା ବଣ୍ଡ ରହିଛି । ଅରୁଣଙ୍କ ପତ୍ନୀ ୮.୧୬ ଲକ୍ଷ ଟଙ୍କାର ଋଣଚାପରେ ଅଛନ୍ତି । ୪୫୦ ଗ୍ରାମ ସୁନା ଓ ୨ଟି କାର୍ ରହିଛି ।
ଦ୍ୱିତୀୟଥର ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପତ୍ତି ପ୍ରାୟ ୨ କୋଟି ଟଙ୍କା ହେବ । ଭୁବନେଶ୍ୱରରେ ତାଙ୍କର ୨ଟି ଆପାର୍ଟମେଂଟ, ୪ଟି କାର୍, ଟିଟିଲାଗଡରେ ୨ ମହଲା କୋଠା, ପ୍ରାୟ ୬ ଏକରର ମୂଲ୍ୟବାନ ଜମି ରହିଛି । ଟୁକୁନିଙ୍କ ପାଖରେ ୨୫୦ ଗ୍ରାମର ସୁନା ଓ ଦେଢ଼କିଲୋର ରୂପା ଅଳଙ୍କାର ରହିଛି ।
ସେହିପରି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପାଖରେ ୨୫.୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ତଥ୍ୟରୁ ଜଣାପଡିିଛି । ତାଙ୍କର ଭୁବନେଶ୍ୱର ଚନ୍ଦକା ଅଚଂଳରେ ୪୮୦୦ ବର୍ଗଫୁଟର ଏକ ଜମି ରହିଛି । ୫ଲକ୍ଷ ଟଙ୍କାର ଏକ କାର୍ ଓ ୯୦ ଗ୍ରାମ ସୁନା ମଧ୍ୟ ତାଙ୍କର ଅଛି । ଅନ୍ୟପଟେ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ମୋଟ ସମ୍ପତ୍ତି ୪୨ ଲକ୍ଷ ଟଙ୍କା ଦର୍ଶାଯାଇଛି । ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତିରେ ପ୍ରାୟ ୩୫ ଲକ୍ଷ ଟଙ୍କାର ବୃଦ୍ଧି ହୋଇଥିବା ତଥ୍ୟରୁ ଜଣାପଡିଛି ।
BREAKING NEWS
- ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ଅଘଟଣ; ପୋଡ଼ି ହୋଇ ୪ ଶ୍ରମିକ ଗୁରୁତର
- ରାଜ୍ୟ ପାଇଁ ଗର୍ବର ବିଷୟ: ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରି ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଲା ଭୁବନେଶ୍ୱର ବିମାନବନ୍ଦର
- କଟକରେ ପୁଣି ଡେଙ୍ଗୁ ଆତଙ୍କ: ଚିହ୍ନଟ ହେଲେ ୩ ନୂଆ ଆକ୍ରାନ୍ତ, ପ୍ରଶାସନର ବଢ଼ିଲା ଚିନ୍ତା
- ବଲାଙ୍ଗୀରରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ: ସ୍ୱାମୀ-ସ୍ତ୍ରୀଙ୍କ ସମେତ ୭ ଗିରଫ, ୯ ଯୁବତୀ ଉଦ୍ଧାର
- Reprehensible act of vandalism:୧୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗିଲା ପାକିସ୍ତାନ; ଭାରତ ଦୃଢ଼ ଆପତ୍ତି ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି
- Fertilizer Black-Marketing:ସାର କଳାବଜାର; ୯୬ ଡିଲରଙ୍କ ଲାଇସେନ୍ସ ବାତିଲ,୨୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍
- କ୍ଷେପଣାସ୍ତ୍ର ନିର୍ମାଣରେ ଇରାନକୁ ସାହାଯ୍ୟ କରୁଛି ଋଷିଆ !
- କୋଲ୍ଡ ଡ୍ରିଙ୍କସ୍ରେ କାହିଁକି କମ୍ ଥାଏ ଚିନି?ଜାଣନ୍ତୁ ବ୍ରିଟେନ ଓ ଭାରତର କୋଲ୍ଡ ଡ୍ରିଙ୍କସ୍ ମଧ୍ୟରେ ଥିବା ବଡ଼ ଫରକ
- ରୋହିତ, ସାମୀ ଓ ଭୁବନେଶ୍ୱର କାହିଁକି ନେଉନାହାନ୍ତି ଅବସର?
- ଆଗକୁ ପାର୍ବଣ, ବଜାରରେ ଅନିଶ୍ଚିତତା: ଆମେରିକାର ଆର୍ଥିକ ସ୍ଥିତି ବଦଳାଇବ କି ସୁନା ଦର?

Comments are closed.