Latest Odisha News

BREAKING NEWS

ମହଙ୍ଗା ହେଲା ରନ୍ଧନ ଗ୍ୟାସ; କେଉଁ ସହରରେ କେତେ ରହିଛି ଦର, ଜାଣନ୍ତୁ

ନୂଆଦିଲ୍ଲୀ: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଗ୍ରାହକଙ୍କୁ ଝଟକା। ଅଣସବସିଡି ଏଲପିଜି ଗ୍ୟାସ ବା ରନ୍ଧନ ଗ୍ୟାସ ଦର ୧୪୫ ଟଙ୍କା ବୃଦ୍ଧି ହୋଇଛି ।


ପ୍ରାପ୍ତ ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ହୋଇ ୮୫୮.୫୦ ଟଙ୍କାରେ ପହଞ୍ଚିଛି।

ସେହିପରି କୋଲକାତାରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ପିଛା ୧୪୭ ଟଙ୍କା ବୃଦ୍ଧି ହୋଇ ୮୯୬ ଟଙ୍କାରେ ପହଞ୍ଚିଛି।

ମୁମ୍ବାଇରେ ମଧ୍ୟ ଗ୍ୟାସ ସିଲିଣ୍ଡର ଦର ୧୪୫ ଟଙ୍କା ବୃଦ୍ଧି ହୋଇ ୮୨୯.୫୦ ଟଙ୍କାରେ ପହଞ୍ଚିଛି।

ଚେନ୍ନାଇରେ ୧୪୭ ଟଙ୍କା ବୃଦ୍ଧି ହୋଇ ୮୮୧ ଟଙ୍କାରେ ପହଞ୍ଚିଛି।

ଚଳିତ ବର୍ଷ ଜାନୁଆରୀ ମାସରେ ପ୍ରମୁଖ ସହର ଗୁଡିକରେ ବିନା ସବ୍‌ସିଡି ଗ୍ୟାସ ସିଲିଣ୍ଡର ପିଛା ୧୯ ଟଙ୍କା ଲେଖାଏଁ ବୃଦ୍ଧି ହୋଇଥିବା ବେଳେ ଫେବୃଆରୀ ମାସରେ ୧୯ କିଲୋ ଗ୍ୟାସ ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ହୋଇଥିଲା।

Leave A Reply

Your email address will not be published.