Latest Odisha News

BREAKING NEWS

ଜାଣନ୍ତୁ, ଏମିତି କେଉଁ କାରଣ ଲାଗି ୧୫ ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ନବୀନ !

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରିବାକୁ ନିୟମିତ ଭାବେ ନିର୍ଦ୍ଦେଶ ଦେଇଆସିଛନ୍ତି । ନବୀନ ସରକାର ଦୁର୍ନୀତି ବିରୋଧରେ ଶନିବାର ଦିନ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଦୁର୍ନିୀତି ଅଭିଯୋଗରେ ୧୫ଜଣ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ଏପରିକି ୨ଜଣ ପୂର୍ବତନ ଅଧିକାରୀଙ୍କ ପେନସନ୍ ସୁବିଧାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଛନ୍ତି । ଏହି ସମସ୍ତ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ:

୧ – ଦେବୀ ପ୍ରସାଦ ପାଢୀ, ବାଣିଜ୍ୟ ଓ ପରିବହନ ବିଭାଗର ପୂର୍ବତନ ଆଇଏମଭି

୨ – ଦେବଦତ୍ତ ଦାଶ, ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ, ସମବାୟ ବିଭାଗ

୩ – କାଳିପ୍ରସାଦ ସିଂ, ଉମରକୋଟ ମ୍ୟୁନିସିପାଲିଟି ଅକଟ୍ରାଇ ଟ୍ୟାକ୍ସ ସରକାର, ଗୃହ ଓ ନଗର ଉନ୍ନୟନ ବିଭାଗ

୪ – ବଟକୃଷ୍ଣ ବାରିକ, ଭଦ୍ରକ-ଧାମନଗର ତହସିଲର ପୂର୍ବତନ କନିଷ୍ଠ କିରାଣୀ, ପଞ୍ଚାୟତିରାଜ ବିଭାଗ

୫ – କୃଷ୍ଣମୋହନ ଦାସ, ପୂର୍ବତନ ଭିଏଲଡ଼ବ୍ଲ୍ୟୁ, ଏମରାମପୁର ବ୍ଲକ, କଳାହାଣ୍ଡି, ପଞ୍ଚାୟତିରାଜ ବିଭାଗ

୬ – ଅଶୋକ କୁମାର ସାହା, ପୂର୍ବତନ ସେକ୍ରେଟାରୀ-ପିଇଓ, କେସିଙ୍ଗା ବ୍ଲକ, କଳାହାଣ୍ଡି, ପଞ୍ଚାୟତିରାଜ ବିଭାଗ

୭ – ପଦ୍ମମୁଖ ଶବର, ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜୁନାଗଡ଼ ବ୍ଲକ, ପଞ୍ଚାୟତିରାଜ ବିଭାଗ

୮ – କିଶୋର ଚନ୍ଦ୍ର ପ୍ରଧାନ, ପୂର୍ବତନ ସେକ୍ରେଟାରୀ, ମୁର୍ଷୁଣ୍ଡି ଜିପି, ବୌଦ୍ଧ, ପଞ୍ଚାୟତିରାଜ ବିଭାଗ

୯ – ବିଜୟ କୁମାର ସାହୁ, ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର, ବାଣପୁର-ସାଳିଆ ଜଳ ପ୍ରକଳ୍ପ, ଖୋର୍ଦ୍ଧା ଜିଲ୍ଲା, ଜଳସମ୍ପଦ ବିଭାଗ

୧୦ – କରୁଣାକର ପଣ୍ଡା, ଆଇଟିଡ଼ିଏ ପୂର୍ବତନ କନିଷ୍ଠ ଯନ୍ତ୍ରୀ, ଭବାନୀପାଟଣା, ଜଳସମ୍ପଦ ବିଭାଗ

୧୧ – ମଙ୍ଗଳ ସିଂହ ମୁଣ୍ଡା, ପୂର୍ବତନ କନିଷ୍ଠ ଯନ୍ତ୍ରୀ, କୁଳିଅଣା ବ୍ଲକ, ମୟୂରଭଞ୍ଜ, ଜଳସମ୍ପଦ ବିଭାଗ

୧୨ – ବୈଦ୍ୟନାଥ ମାଝୀ, ପୂର୍ବତନ ଏଇ, କୁଳିଅଣା ବ୍ଲକ, ମୟୂରଭଞ୍ଜ, ଜଳସମ୍ପଦ ବିଭାଗ

୧୩ – ପ୍ରତାପ ଚନ୍ଦ୍ର ରାଉତ, ଆଇଟିଡ଼ିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ, ସରସକଣା ବ୍ଲକ, ମୟୂରଭଞ୍ଜ, ଜଳସମ୍ପଦ ବିଭାଗ

୧୪ – ନିଗମାନନ୍ଦ ପଣ୍ଡା, ଆଇଟିଡ଼ିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ, ଥୁଆମୁଳ-ରାମପୁର, କଳାହାଣ୍ଡି, ଜଳସମ୍ପଦ ବିଭାଗ

୧୫ – ଚିତ୍ତରଞ୍ଜନ ଲାଲ୍ , ବିଏମସି ହେଲଥ୍ ଅଫିସରଙ୍କ ଅଫିସରେ ସିନିୟର କ୍ଲର୍କ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ସେହିପରି ପେନସନ୍ ସୁବିଧା ବନ୍ଦ ହୋଇଥିବା ୨ଜଣ ଅଧିକାରୀ ହେଲେ – ଜଳସମ୍ପଦ ବିଭାଗର କଳାହାଣ୍ଡି ଆଇଟିଡ଼ିଏର (ଅବସରପ୍ରାପ୍ତ) ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ଅଶ୍ୱିନୀ କୁମାର ଶର୍ମା ଏବଂ ଜଳସମ୍ପଦ ବିଭାଗର (ଅବସରପ୍ରାପ୍ତ) ଏକ୍ସ ଏପିଡ଼ି ଶଶାଙ୍କ ଶେଖର ପଟ୍ଟନାୟକ ।

Leave A Reply

Your email address will not be published.