Latest Odisha News

BREAKING NEWS

ପୁରୀକୁ ଆଉ ଅଧିକ ୧୦୦୦ ଲିଟର୍ କିରୋସିନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୩ ତାରିଖରେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ପୁରୀ ଜିଲ୍ଲା ଲାଗି ଆଉ ଅଧିକ ୧୦୦୦ ଲିଟର୍ କିରୋସିନ ତେଲ ଯୋଗାଇ ଦେବାକୁ ଶୁକ୍ରବାର ଦିନ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି, ଭୟଙ୍କର ବାତ୍ୟା ଯୋଗୁଁ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ଏଠାରେ ଯୁଦ୍ଧ କାଳୀନ ଭିତ୍ତିରେ ପୁନଃରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିଲେ ମଧ୍ୟ ବିଦ୍ୟୁତ ସରବରାହ ସମଗ୍ର ଜିଲ୍ଲାରେ ଆସିବାକୁ କିଛି ଅଧିକ ସମୟ ଲାଗି ପାରେ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଅଧିକ ୧୦୦୦ ଲିଟର କିରୋସିନର ଆବଶ୍ୟକତା ରହିଛି ।

“ ଏହିପରି ଏକ ସ୍ୱତନ୍ତ୍ର ପରିସ୍ଥିତିରେ, ବିଜୁଳିର ଅଭାବଜନିତ ସ୍ଥିତିକୁ ଲକ୍ଷ୍ୟ କରି ତୈଳ କମ୍ପାନୀମାନେ ହୋଲସେଲର୍ ମାନଙ୍କୁ ମାଗଣାରେ କିରୋସିନ ଯୋଗାଇଦେଲେ ଆମେ ତାହାକୁ ବାତ୍ୟା ପ୍ରପୀଡ଼ିତମାନଙ୍କୁ ମଧ୍ୟ ମାଗଣାରେ କେବଳ ମେ ମାସରେ ଯୋଗାଇ ପାରନ୍ତୁ,” ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରେରିତ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.