Latest Odisha News

BREAKING NEWS

ଆଉ ୩ ଦିନ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିବ କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ପ୍ରଳୟଙ୍କରୀ ବାତ୍ୟା ପନି ପ୍ରଭାବରେ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଯୋଗୁଁ ଗତ ୩ ତାରିଖଠାରୁ ଏହା ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଛି । ତେବେ ଆଉ ୨ ରୁ ୩ ଦିନ ପରେ ଏହା ପରିଦର୍ଶକଙ୍କ ଲାଗି ଖୋଲିବ ବୋଲି ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେର (ଏଏସଆଇ) ମହାନିର୍ଦ୍ଦେଶକ ଉଷା ଶର୍ମା ।

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ପରିଦର୍ଶନ କରିବା ପରେ ପରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀମତୀ ଶର୍ମା କହିଛନ୍ତି, ତାଙ୍କ ସହିତ ତଦାରଖ କରିଥିବା ପ୍ରତ୍ନତତ୍ତ୍ୱ ସର୍ଭେ ବିଭାଗର ବରିଷ୍ଠ କର୍ମକର୍ତ୍ତା ମାନେ କହିଛନ୍ତି ଏହି ବାତ୍ୟାରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଭିତ୍ତି ବା କୌଣସି କାରୁକାର୍ଯ୍ୟ ଉପରେ କ୍ଷତି ପହଞ୍ଚିନାହିଁ ।

“ଏହି ପୁରାତନ ମନ୍ଦିର ପରିସର ମଧ୍ୟରେ ରହିଥିବା ପ୍ରାୟ ୨୦୦ରୁ ଅଧିକ ବୃକ୍ଷ ଉପୁଡ଼ିଯାଇଛି,” ବୋଲି ସେ କହିବା ସହିତ ଆହୁରି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏଏସଆଇ ଟିମ୍ ପକ୍ଷରୁ ମନ୍ଦିର ପରିସରକୁ ଭଲଭାବେ ପରିଷ୍କାର କରିବା ପରେ ହିଁ ପର୍ଯ୍ୟଟକଙ୍କ ଲାଗି ଏହା ପୁନର୍ବାର ଖୋଲିବ । “ଆଉ ୧୫ ଦିନ ମଧ୍ୟରେ ସ୍ୱାଭାବିକ ଭାବେ ମନ୍ଦିର ପରିଦର୍ଶନରେ ପର୍ଯ୍ୟଟକମାନଙ୍କର ଗହଳି ଅନୁଭୁତ ହୋଇପାରିବ,” ବୋଲି ମହାନିର୍ଦ୍ଦେଶକ ଶ୍ରୀମତୀ ଶର୍ମା କହିଛନ୍ତି ।

Leave A Reply

Your email address will not be published.