ଭୁବନେଶ୍ୱର: ଚାରିଆଡେ ମହାମାରୀ କରୋନାକୁ ନେଇ ଲାଗିଛି ହା ହା କାର । ଏଭଳି ସ୍ଥିତିରେ ଓଡ଼ିଶାରେ କରୋନା ବିପତ୍ତିକୁ ରାଜ୍ୟବାସୀ ଧୈର୍ଯ୍ୟର ସହ ମୁକାବିଲା କରୁଛନ୍ତି । ଏଥିପାଇଁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏଥିସହ ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ଶୁଭେଚ୍ଛୁଙ୍କୁ ନିଜ ନିଜ ଅଂଚଳରେ ଜଣେ ବି ବ୍ୟକ୍ତିଙ୍କୁ ଭୋକିଲା ରହିବାକୁ ଦିଅନ୍ତୁ ନାହିଁ ବୋଲି ନବୀନ ନିବେଦନ କରିଛନ୍ତି । ଏଥିସହ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନ୍କୁ ସମସ୍ତେ ପାଳନ କରନ୍ତୁ । ଯଦି କୌଣସି ଜରୁରୀ କମରେ ଘରୁ ବାହାରକୁ ବାହାରୁଛନ୍ତି ତେବେ ମୁହଁରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ ବୋଲି ରାଜ୍ୟବାସୀ ନିବେଦନ କରିଛନ୍ତି ନବୀନ ।
ସେପଟେ ସମସ୍ତ ନିର୍ବାଚିତ ପ୍ରତିନିଧି, ପୌର ପରିଷଦ, ମହାନଗର ନିଗମର ସମସ୍ତ ପ୍ରତିନିଧି ବ୍ଲକ ଚେୟାରମେନ ତଥା ଦଳର ସମସ୍ତ କର୍ମୀଙ୍କୁ ସାମାଜିକ ଦାୟିତ୍ୱ ନିର୍ବାହ କରିବା ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଅଭାବକୁ ମୁକାବିଲା କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।
BREAKING NEWS
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
- Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ
- Budget 2026: ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଖୋଲିବ କ୍ରିଏଟର ଲ୍ୟାବ୍; ଗେମିଂରେ ୧୦ ଲକ୍ଷ ନିଯୁକ୍ତି
- ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ଼ ଧରଣର ବ୍ୟୟବରାଦ ଘୋଷଣା କଲେ ସରକାର..
- ବଜେଟରେ ମହଙ୍ଗା ହେଲା ମଦ, ସିଗାରେଟ୍ ଏବଂ ପାନ ମସଲା…
- Union Budget 2026: ଚଳିତ ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ କଣ ମିଳିଲା…
- Budget 2026: ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା; ପ୍ରତ୍ୟେକ ଜିଲ୍ଲାରେ ବାଳିକା ଛାତ୍ରାବାସ ପ୍ରତିଷ୍ଠା ହେବ
- Budget 2026: ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି: ଅମିତ ଶାହା
- Union Budget 2026: ବଜେଟ ପାଇଁ କାହିଁକି ଧସିଲା ସେୟାର ମାର୍କେଟ…
- Budget 2026: ‘ଖେଲୋ ଇଣ୍ଡିଆ ମିଶନ’ ଭାଗ୍ୟ ବଦଳାଇବ ଦେଶର, ଏବେ ପଦକ ସହ ମିଳିବ ନିଯୁକ୍ତି
Comments are closed.