ଯାଜପୁର: ଆସନ୍ତା ୧୨ ତାରିଖ ରାତି ୮ ଯାଏଁ ବଢ଼ିଲା ଯାଜପୁର ଜିଲ୍ଲା ବ୍ରହ୍ମବରଦା ଅଚଂଳର କଣ୍ଟେନମେଣ୍ଟ ଅବଧି । ଯାଜପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ ।
ତେବେ ଆଜି ରାତି ଆଠଟାରେ ଏହି ଅବଧି ସରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏହାକୁ ପୁଣି ଥରେ ବଢ଼ାଯାଇଛି । ଆସନ୍ତା ୧୨ ତାରିଖ ରାତି ୮ ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ଏହି ସୂଚନା ଦେଇଛନ୍ତି।
ସେପଟେ ଯାଜପୁର ଜିଲ୍ଲାରେ ଲକ ଡାଉନ ଚାଲିଥିବା ବେଳେ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଜାରି ରହିଛି । ଗତକାଲି ଗୋଟିଏ ଦିନରେ ୩୦୨ଟି ବାଇକ ଜବତ ହେବା ସହିତ ଆଇନ ଖିଲାପକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଜିଲାରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଟାଟା ମେଡିକାଲକୁ ପ୍ରସ୍ତୁତ କରାଯାଇଛି । ଖୁବ ଶିଘ୍ର ଏହାର ଲୋକାର୍ପଣ କରାଯିବ ଏବଂ ଏଥିପାଇଁ ଆବଶ୍ୟକ ଭିତିଭୂମି ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।
BREAKING NEWS
- ଇଶାନ କିଷାନଙ୍କ ଦ୍ବିଶତକ, ଇଷ୍ଟ ଜୋନ୍ର ବିଶାଳ ସ୍କୋର
- ମସ୍କୋରେ ଭାରତୀୟ ଇଞ୍ଜିନିୟରଙ୍କୁ ଅଟକ:ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡ଼ିଲେ ସ୍ତ୍ରୀ
- ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି; ବିଲ୍ଡିଂ ମାଲିକଙ୍କୁ ଗିରଫ କଲା ପୋଲିସ, ୫ MCD ଅଧିକାରୀ ନିଲମ୍ବିତ
- Qualify for AFC Asian Cup:ଭାରତୀୟ ଫୁଟବଲ୍ ପାଇଁ ଐତିହାସିକ ସଫଳତା:୨୦ ବର୍ଷ ପରେ AFC U20 ଏସୀୟ କପ୍ ଭାରତର ଯୋଗ୍ୟତା ଅର୍ଜନ
- ଶୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର! ଆଉ ଆଗକୁ ରହିବ ନାହିଁ BSE ଓ CHSE ଅଲଗା ଅଲଗା ବୋର୍ଡ
- ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି
- ଚର୍ଚ୍ଚାରେ UNର ନୂଆ World Map: କିଏ ତିଆରି କରିଥିଲେ ପୁରୁଣା ମାନଚିତ୍ର, ବଳଦିଯିବ କି ବିଶ୍ୱ ନକ୍ସା?
- ଗାଜାରେ ଖାଦ୍ୟ ସଙ୍କଟ: ସାତ ଜଣଙ୍କ ପାଇଁ ଗୋଟିଏ ଓଳିର ଆହାର
- ସୁରକ୍ଷିତ ଅଛି କି ଆପଣଙ୍କ ଘର? ଜାଣନ୍ତୁ କେତେ ପୁରୁଣା କୋଠାକୁ ଅଡିଟ୍ କରେଇବା ଆବଶ୍ୟକ
- ଇରାନ ମାନଚିତ୍ରରେ ଟ୍ରମ୍ପଙ୍କ ମୁଁହ…

Comments are closed.