Latest Odisha News

BREAKING NEWS

୧୫ ସେକେଣ୍ଡ ବିବାଦ: ନବନୀତ ରାଣା କହିଲେ, ମୁଁ ହାଇଦ୍ରାବାଦ ଆସୁଛି..

ହାଇଦ୍ରାବାଦ: ସାରା ଦେଶରେ ଏବେ ଗଣତନ୍ତ୍ରର ମହାପର୍ବ ଚାଲିଛି । ଏହା ମଧ୍ୟରେ ରାଜନୈତିକ ଦଳର ପରସ୍ପର ବିରୋଧରେ ବୟାନବାଜି ମତଦାତାଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି । ବିଜେପିର ନବନୀତ ରବି ରାଣା ୧୫ ସେକେଣ୍ଡ ବୟାନବାଜି ନେଇ ଆଜି ଏଆଇଏମଆଇଏମକେ ଅଧ୍ୟକ୍ଷ ଅସବୁଦ୍ଦିନ ଓୱେସୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ମୁଁ ହାଇଦ୍ରାବାଦ ଗଲା ବେଳେ ଆପଣ ମୋତେ ରୋକି କରି ଦେଖାନ୍ତୁ ବୋଲି ନବନୀତ କହିଛନ୍ତି । ଏହା ପୂର୍ବରୁ ଓୱେସୀ ତାଙ୍କ ଭାଷଣରେ କହିଥିଲେ ଯେ, ମୁଁ ମୋ ଛୋଟ ଭାଇ (ଅକବରୁଦ୍ଦିନ)କୁ ନିୟନ୍ତ୍ରଣରେ ରଖିଛି । ସେ ଗୋଟିଏ ତୋପ । ଖୋଲାରେ ଛାଡିଦେବି ଯଦି ସଙ୍ଗେ ଟି୨୦ ଖେଳିବ । ଆଉ ସେ ବ୍ୟାଟିଂ କଲେ ରୋକିବା କଷ୍ଟକର ।

ଏହାର ଜବାବରେ ନବନୀତ କହିଥିଲେ, ଆମେ ଏ ଭଳି ତୋପ ଘରେ ସଜାଇବା ପାଇଁ ରଖୁ । ମୁଁ ଦେଖିବାକୁ ଚାହୁଁଛି କୁକୁଡା ଓ ତାର ଚିଆଁ କେତେ ଦିନ ନାଟକ କରୁଛନ୍ତି । ମୁଁ ଗୋଟେ ସୈନିକର ଝିଅ, ମୋତେ ଡରାଇବାକୁ ଚେଷ୍ଟା କରନି । ମୁଁ ହାଇଦ୍ରାବାଦ ଆସୁଛି । ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ପାଇଁ ପ୍ରଚାର କରିବା ବେଳେ ନବନୀତ ବିବାଦୀୟ ବୟାନ ଦେଇଥିଲେ । ସେ କାହା ନାମ ନ ନେଇ କହିଥିଲେ, ଛୋଟ ଭାଇ କହୁଛି ୧୫ ମିନିଟ ପାଇଁ ପୋଲିସ ହଟେଇ ଦିଅ , ଦେଖ ଆମେ କଣ କରୁଛୁ । ଛୋଟେ ଭାଇ ସାହେବ ଆପଣଙ୍କୁ ୧୫ ମିନିଟ ଲାଗିବ ଆଉ ଆମକୁ ୧୫ ସେକେଣ୍ଡ ।

Leave A Reply

Your email address will not be published.