Latest Odisha News

BREAKING NEWS

ବିଳାସପୂର୍ଣ୍ଣ କାର୍ ଛାଡ଼ି ରିକ୍ସାରେ ବୁଲିଲେ,ରାସ୍ତା କଡ଼ ଦୋକାନରେ ଖାଇଲେ ନବ୍ୟା

ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଏବେ ଖୁବ୍ ଚର୍ଚ୍ଚାରେ । ବିଳାସପୂର୍ଣ୍ଣ କାର୍ ଛାଡ଼ି ରିକ୍ସାରେ ବୁଲିଲେ ନବ୍ୟା । ସ୍ୱାସ୍ଥ୍ୟ କମ୍ପାନି ଆରା ହେଲ୍ଥର ସହ-ପ୍ରତିଷ୍ଠାତା ନବ୍ୟା ଜୟପୁର ଯାଇଥିବା ବେଳେ ସେଠାରେ ବିଳାସପୂର୍ଣ୍ଣ କାର୍ ଛାଡ଼ି ରିକ୍ସାରେ ବୁଲୁଥିବା ନଜର ଆସିଛନ୍ତିି । ଏହାର ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ବେଶ୍ ପ୍ରଶଂସା କରିଥିଲେ ।

ନବ୍ୟା କୌଣସି କାମରେ ଜୟପୁର ଯାଇଛନ୍ତି । ସେଠାରେ ସେ ଏକ ଇ-ରିକ୍ସାରେ ଯାତ୍ରା କରି ମଜା କରୁଥିବା ଦେଖାଯାଇଛି । ଏଥିସହ ରାସ୍ତା କଡ଼ ଦୋକାନରୁ କିଛି ଜିନିଷ ବି କିଣିଥିଲେ ନବ୍ୟା । ନବ୍ୟା ସବୁବେଳେ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଥାଏ । ସେ ବିଭିନ୍ନ ସମୟରେ ବିନା ସୁରକ୍ଷାକର୍ମୀରେ ବୁଲୁଥିବା ନଜର ଆସନ୍ତି । ପୂର୍ବରୁ ସେ ଏକ ଗାଁ ରାସ୍ତାରେ ଟ୍ରାକ୍ଟର ଚଳାଇବା ସହ ରାସ୍ତା କଡ଼ର ଖାଦ୍ୟ ଖାଉଥିବାର ଭିଡିଓ ଭାଇରାଲ ହୋଇଥିଲା ।

ନବ୍ୟା ଫିଲ୍ମ ଦୁନିଆରେ ପ୍ରବେଶ କରି ନ ଥିଲେ ବି ତାଙ୍କ କାମ ପାଇଁ ଏବେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ନବ୍ୟା ଏବେ ଜଣେ ବ୍ୟବସାୟୀ ଏବଂ ମହିଳାମାନଙ୍କ ପାଇଁ କାମ କରୁଛନ୍ତି ।

Leave A Reply

Your email address will not be published.