Latest Odisha News

BREAKING NEWS

ଗୁରୁକୃପା ଆଶ୍ରମରେ ରକ୍ତ ଛିଟା, ବାବାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

ପୁରୀ: ଆଶ୍ରମରେ ଗଡ଼ିଲା ମୁଣ୍ଡ । ବାବାଙ୍କୁ ହତ୍ୟା କଲେ ବାବା । ପୁରୀ ବାସେଳିସାହି ଥାନା ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି । ଜଣେ ବାବା ଆଉ ଜଣେ ବାବାଙ୍କୁ କାଠ ଫାଳିଆରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଆଉ ଜଣେ ବାବା ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି ।

ମୃତ ବାବା ଜଣକ ପଶ୍ଚିମବଙ୍ଗର ଅର୍ଜୁନ ଦାସ ହୋଇଥିବା ବେଳେ ଆହତ ହୋଇଥିବା ବାବାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ବାବା ଜଣକ ହେଉଛି ବିଷ୍ଣୁ ଓରଫ ରବୀନ୍ଦ୍ର ଜେନା । ଆଶ୍ରମରେ ରହୁଥିବା ଅନ୍ୟ ସାଧୁମାନଙ୍କ କହିବା ଅନୁସାରେ ବିଷ୍ଣୁ ବାବା ଆଜି ଅପରାହ୍ଣରେ ବାହାରୁ ନିଶା ଖାଇ ଆଶ୍ରମକୁ ଆସିଥିଲେ ।

ଆଶ୍ରମର ଉପର ମହଲାର କୋଠରୀରେ ଶୋଇଥିବା ଅର୍ଜୁନ ବାବାଙ୍କୁ କାଠ ଫାଳିଆରେ ହଠାତ୍ ମରଣାନ୍ତକ ଆକ୍ରମଣ କରିଥିଲେ ବିଷ୍ଣୁ । ଅତି ନିର୍ମମ ଭାବେ କାଠ ଫାଳିଆରେ ବାରମ୍ବାର ମୁଣ୍ଡକୁ ଆକ୍ରମଣ କରିବାରୁ ଅର୍ଜୁନ ବାବାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ରକ୍ତମୁଖା ହୋଇ ପଡ଼ିଥିବା ଅଭିଯୁକ୍ତ ବିଷ୍ଣୁ ଆଉ ଜଣେ ବାବାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା ।

ଏହା ପରେ ଆଶ୍ରମର ଅନ୍ତେବାସୀମାନେ ବାସେଳି ସାହି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ସହ ଏସପି, ଅତିରିକ୍ତ ଏସପି ଓ ସିଟି ଡିଏସପି ପହଞ୍ଚି ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ କାବୁ କରିବା ସହ ତଦନ୍ତ କରିୁଛନ୍ତି । ତେବେ ବିଷ୍ଣୁ କାହିଁକି ଆକ୍ରମଣ କଲା ପଚରାଉଚରା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅତିରିକ୍ତ ଏସପି ।

Leave A Reply

Your email address will not be published.