Latest Odisha News

ମାଂଉଟ ତ୍ରିଶୁଳ ଆରୋହଣ କରିବା ଯାଇଥିବା ନୌସେନାର ୧୦ ପର୍ବତାରୋହୀ ହିମସ୍ଖଳନରେ ନିଖୋଜ

ଉତରକାଶୀ: ଭାରତୀୟ ନୌସେନାର ଗୋଟିଏ ଟିମ ଉତରାଖଣ୍ଡର ମାଂଉଟ ତ୍ରିଶୁଳ ଆରୋହଣ କରୁଥିବା ବେଳେ ହିମସ୍ଖଳନ ଯୋଗୁ ଦୁର୍ଘଟଣାର ଶୀକାର ହୋଇଛନ୍ତି । ପ୍ରାରମ୍ଭିକ ରିପୋର୍ଟରେ ୧୦ଜଣ ପର୍ବତାରୋହୀ ନିଖୋଜ ହୋଇ ଯାଇଥିବା ଜଣାପଡିଛି । ୧୫ ଦିନ ପୂର୍ବେ ଏହି ପର୍ବତ ଆରୋହଣ କରିବା ପାଇଁ ୨୦ ଜଣିଆ ଦଳ ବାହାରିଥିଲେ ।

ଶୁକ୍ରବାର ହିମସ୍ଖଳନ ଯୋଗୁ ସେମାନେ ଫସି ଯାଇଥିଲେ । ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ନେହେରୁ ପର୍ବତାରୋହଣ ସଂସ୍ଥାର ଟିମ କର୍ଣ୍ଣଲ ଅମିତ ବିଷ୍ଟଙ୍କ ନେତୃତ୍ୱରେ ଉଦ୍ଧାର ପାଇଁ ଯାଇଛନ୍ତି ।

Leave A Reply

Your email address will not be published.