Latest Odisha News

ଫିଲ୍ମ ଫେୟାରରେ ଓଡ଼ିଶାର ‘ନୱାବ’; ପୁରସ୍କୃତ ହେବ ଦୟାନିଧିଙ୍କ ସର୍ଟ ମୁଭି

ମୁମ୍ବାଇ: ଫିଲ୍ମ ଫେୟାର ପୁରସ୍କାର ପାଇବ ଓଡ଼ିଶାର ‘ନୱାବ’ । ଓଡ଼ିଆ ପୁଅ ଦୟାନିଧି ଦହିମାଙ୍କ ନିର୍ମିତ ସର୍ଟ ଫିଲ୍ମ ‘ନୱାବ’ ଚଳିତ ବର୍ଷ ୨୦୨୦ ଫିଲ୍ମଫେୟାର ସର୍ଟ ଫିଲ୍ମ ଆୱାର୍ଡ ପାଇଁ ମନୋନିତ ହୋଇଛି ।

ବେ ପୁରସ୍କାର ପାଇଁ ସିନେମା ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନେକ କ୍ଷୁଦ୍ର ସିନେମା ଆସିଥିଲା । ୨୦ ମିନିଟ୍ ଅବଧି ମଧ୍ୟରେ ସିନେମା ମଗାଯାଇଥିଲା । ଶହ ଶହ ସଂଖ୍ୟାରେ ସିନେମା ଫିଲ୍ମଫେୟାର ପାଇଁ ଆସିଥିଲା । ଆଉ ସେଥିରୁ ୩୫ଟି ଫିଲ୍ମକୁ ବଛାଯାଇଥିଲା । ଏହାରି ଭିତରେ ଥିଲା ଓଡ଼ିଶାର ସର୍ଟ ମୁଭି ‘ନୱାବ’ । ଏହି ଫିଲ୍ମଟି ଏବେ ଜ୍ୟୁରି ମେମ୍ବରଙ୍କ ପ୍ରଥମ ପସନ୍ଦ ରହିଛି ।

ଏହି ଫିଲ୍ମଟି କମେଡି ଡ୍ରାମାରେ ଭରପୁର ରହିଛି । ଜଣେ ସ୍ୱାମୀଙ୍କୁ ତାଙ୍କ ପତ୍ନୀ ଛାଡି ଯିବା ପରେ କିଭଳି ଗୋଟେ କୁକୁରକୁ ଆଣି ତା’ସହ ସମୟ ଅତିବାହିତ କରୁଛନ୍ତି ତାକୁ ନେଇ ଫିଲ୍ମୀର କାହାଣୀ ଆଧାରିତ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମାନସୀ ଜୈନ । ପ୍ରସିଦ୍ଧ ମ୍ୟୁଜିକ କମ୍ପୋଜର ପ୍ରିତମ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଟିଭି କମର୍ସିଆଲରୁ ଦୟାନିଧି ବଲିଉଡରେ ଏଂଟ୍ରି କରିଛନ୍ତି । ସେ ନୱାବ ଫିଲ୍ମର ପ୍ରଯୋଜନା କରିଛନ୍ତି । ଏହି ସର୍ଟ ହିନ୍ଦୀ ଫିଲ୍ମ ଜରିଆରେ ସେ ଏବେ ବଲିଉଡରେ ପ୍ରବେଶ କରିଛନ୍ତି ।

Leave A Reply

Your email address will not be published.