Latest Odisha News

BREAKING NEWS

ଭଗତ ସିଂ ଭୂମିକାରେ ପୁଣିଥରେ ଅଜୟ ଦେବଗନ୍ !

ମୁମ୍ବାଇ: ଅଜୟ ଦେବଗନ୍ ପୁନର୍ବାର ଭଗତ ସିଂ ଭୂମିକାରେ ଅବତୀର୍ଣ୍ଣ ହେବେ । ବଲିଉଡର ଏହି ମେଗା ଷ୍ଟାର ଏସ.ରାଜମୌଲୀଙ୍କ ବଡ ବଜେଟ ଫିଲ୍ମ ‘ଆରଆରଆର’ରେ ଅଭିନୟ କରିବେ ।

୩୫୦ କୋଟି ଟଙ୍କା ବଜେଟର ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଓ ରାମଚରଣ ତେଜା ଅଭିନୟ କରିବେ । ରାଜମୌଲୀ ନିର୍ଦ୍ଦେଶନା ଦେବେ ।

ଫିଲ୍ମକୁ ଡିଭିଭି ଦାନାୟା ପ୍ରଯୋଯିତ କରୁଛନ୍ତି । ୩୦ ଜୁଲାଇ ୨୦୨୦ରେ ଫିଲ୍ମକୁ ରିଲିଜ କରିବା ନେଇ ଯଥାସମ୍ଭବ ଉଦ୍ୟମ ଚାଲିଛି । ଆଲିଆ ଭଟ୍ଟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି ।

ପୂର୍ବରୁ ୧୮ ବର୍ଷ ତଳେ ଦି ଲିଜେଣ୍ଡ ଅଫ ଭଗତ ସିଂରେ ଅଜୟ ଦେବଗାନ ଅଭିନୟ କରିଥିଲେ । ନିକଟରେ ଅଜୟଙ୍କ ଅଭିନୀତ ତାନଜୀ ଦି ଅନସଙ୍ଗ ୱାରିୟର ବକ୍ସ ଅଫିସରେ ଧମାଲ୍ କରୁଛି ।

Leave A Reply

Your email address will not be published.