ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଏନସିପି ନେତା ନୱାବ ମଲିକ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)କୁ ଟାର୍ଗେଟ କରିଛନ୍ତି । ୧୧ଜଣଙ୍କୁ ଏନସିବି ଅଧିକାରୀ ସମୀର ୱାଙ୍ଖେଡ ଅଟକ ରଖିଥିଲେ ମଧ୍ୟ ୩ଜଣଙ୍କୁ କାହିଁକି ଛାଡି ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ନେତା ମୋହିତ କାମ୍ବୋଜଙ୍କ ଶାଳକ ରିଷଭ ସଚ୍ଚାଦେବ, ପ୍ରତୀକ ଗାବା ଏବଂ ଅମୀର ଫର୍ଣ୍ଣିଚରୱାଲାଙ୍କୁ ଏନସିବି ଛାଡି ଦେଇଥିଲା । ନୱାବ ଏ ନେଇ ଏକ ଭିଡିଓ ଜାରୀ କରିଥିବା କହିଛନ୍ତି ।
ସୂଚନାଯୋଗ୍ୟ, ଏହି ଡ୍ରଗ୍ସ ପାର୍ଟିରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ବି ଧରା ପଡିଛନ୍ତି । ସମ୍ପୃକ୍ତ ଘଟଣାରେ ଏନସିବି ତାର ତଦନ୍ତ ପ୍ରକ୍ରିୟା ବୃଦ୍ଧି କରି ୧୪ଜଣଙ୍କୁ ଗିରଫ କରି ସାରିଛି ।
Comments are closed.