Latest Odisha News

BREAKING NEWS

ନୱାଜ ସରିଫଙ୍କ ଜ୍ୱାଇଁ ଗିରଫ

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା ପୋଲିସ । ସକାଳୁ ହୋଟେଲ କବାଟ ଭାଙ୍ଗି ପାକିସ୍ତାନ ପୋଲିସ ତାଙ୍କୁ ଗିରଫ କରିଛି । ଏନେଇ ନୱାଜଙ୍କ ଝିଅ ଓ ପାକିସ୍ତାନ ମୁସଲିମ ଲିଗ୍ ନେତା ମାରିୟମ ସରିଫ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପୋଲିସ ସକାଳୁ ସକାଳୁ ତାଙ୍କ ହୋଟେଲ ରୁମକୁ ଆସିଥିଲା ଓ କବାଟ ଭାଙ୍ଗି ସଫଦରଙ୍କୁ ଗିରଫ କରିଥିଲା। ଏହି ଘଟଣାର କରାଚୀର ଏକ ହୋଟେଲରେ ଘଟିଛି।ରବିବାର ପାକିସ୍ତାନର କରାଚୀରେ ବିରୋଧୀ ଦଳର ବଡ ରାଲି ଆୟୋଜନ ହୋଇଥିଲା, ଯେଉଁଠି ମାରିୟମଙ୍କ ଭାଷଣ ଚର୍ଚ୍ଚାର ବିଷୟ ଥିଲେ। ମାରିୟମ ଏହି ରାଲିରେ ଇମ୍ରାନ ଖାନଙ୍କୁ ଡରୁଆ ଓ ​ଅପାରଗ ବ୍ୟକ୍ତି ବୋଲି କହିଥିଲେ। ଏହା ସହ ଇମ୍ରାନ ସରକାର ନିଜର ଭୁଲକୁ ଲୁଚାଇବା ପାଇଁ କଥାକଥାରେ ସେନାକୁ ବ୍ୟବହାର କରିଥାନ୍ତି କହିଥିଲେ। ଦୁର୍ନୀତି ଓ କରୋନା ସଙ୍କଟରେ ବିଫଳ ଇମ୍ରାନ ସରକାର ସେନା ଇଶାରାରେ ଚାଲୁଛନ୍ତି ବୋଲି ମରିୟମ କହିଥିଲେ।

ରବିବାର ଏହି ରାଲିରେ ମାରିୟମ ଶରିଫଙ୍କ ବ୍ୟତୀତ ବିଲାଓ୍ବଲ ଭୁଟ୍ଟୋ, ଶାହିଦ୍ ଖକ୍କାନ, ମୌଲାନା ଫଜଲୁର ରେହମାନ ଓ ଆମାବୀ ପାର୍ଟିର ମେହମ୍ମୁଦ ଆଦି ନେତା ସାମିଲ ଥିଲେ। ଏହି ରାଲିକୁ ଶରିଫ ଇଂଲଣ୍ଡରୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଥିଲେ।

 

Leave A Reply

Your email address will not be published.