Latest Odisha News

BREAKING NEWS

ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ କେସ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଂଚିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ୧ଲକ୍ଷ ୧୪ ହଜାର ୬୧୦ରେ ପହଂଚିଛି । ୨୪ ଘଂଟାରେ ୫୫ ହଜାର ୭୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୫୭୯ ଜଣଙ୍କ ଜୀବନହାନି ହୋଇଛି ।

ଦେଶରେ କରୋନା ସଂକ୍ରମିତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୭ ଲକ୍ଷ ୭୨ ହଜାର ୫୫ଜଣ । କରୋନା କବଳରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ୬୬ ଲକ୍ଷ୬୩ ହଜାର ୬୦୮ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

 

Leave A Reply

Your email address will not be published.