Latest Odisha News

କଙ୍ଗନାଙ୍କ ଟିମ୍‌ରେ ନୱାଜୁଦ୍ଦିନ

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟର ନୱାଜୁଦ୍ଦିନ ସିଦ୍ଦିକି ଖୁବ୍ ଶୀଘ୍ର ‘ଟିକୁ ୱେଡ୍ସ ଶେରୁ’ରେ ନଜର ଆସିବେ। ଏହି ଫିଲ୍ମର ନିର୍ମାତା ହେଉଛନ୍ତି ବଲିଉଡ୍‌ କୁଇନ୍‌ କଙ୍ଗନା। ନୱାଜୁଦ୍ଦିନ ଖୁବ୍‌ ଶୀଘ୍ର ଫିଲ୍ମରେ କାମ ଆରମ୍ଭ କରିବେ। କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ମଣିକର୍ଣ୍ଣିକା ଫିଲ୍ମସ୍ ସୋସିଆଲ୍‌ ମିଡିଆରେ ନୱାଜୁଦ୍ଦିନଙ୍କ ଫଟୋ ସେୟାର କରିବା ପରେ ଏହି ଖବର ସୁନିଶ୍ଚିତ ହୋଇଛି। କଙ୍ଗନା ମଧ୍ୟ ନୱାଜଙ୍କ ଫଟୋ ସେୟାର କରି ତାଙ୍କୁ ଟିମ୍‌କୁ ସ୍ୱାଗତ କରିଥିଲେ।

କଙ୍ଗନାଙ୍କ ଫିଲ୍ମ ମଣିକର୍ଣ୍ଣିକା ରିଟର୍ନସ୍‌କୁ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା। ଫିଲ୍ମକୁ ନେଇ କଙ୍ଗନାଙ୍କ ବିରୋଧରେ କପିରାଇଟ୍ ଉଲ୍ଲଂଘନ ମାମଲା ମଧ୍ୟ ରୁଜୁ କରାଯାଇଥିଲା। କିନ୍ତୁ ଏଥିରେ ଅଟକିଯାଇ ନଥିଲେ କଙଗନା। କଙ୍ଗନା ବର୍ତ୍ତମାନ ‘ଟିକୁ ୱେଡ୍ସ ଶେରୁ’ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।

Comments are closed.