Latest Odisha News

ରିଲିଜ ହେଲା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ

ନୂଆଦିଲ୍ଲୀ: ନୱାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଥମ ସିଙ୍ଗଲ୍ ମ୍ୟୁଜିକ୍‌ ଭିଡିଓ ‘ବାରିଶ୍‌ କି ଜାଏ’ ରିଲିଜ ହୋଇଛି। ଏହି ଗୀତରେ ଅଭିନେତ୍ରୀ ତଥା ଗାୟକ ସୁନନ୍ଦା ଶର୍ମା ମଧ୍ୟ ଅଭିନୟ କରିଛନ୍ତି। ଏହାର ସଙ୍ଗୀତ ସଂରଚନା କରିଛନ୍ତି ଜାନୀଙ୍କ। ଏହା ଦେଶୀ ମେଲୋଡିଜ୍ ବ୍ୟାନରରେ ନିର୍ମିତ।

ନୱାଜୁଦ୍ଦିନ ଏହି ଗୀତର ଭିଡିଓ ସେୟାର କରି ଲେଖିଛନ୍ତି, “ଶେଷରେ, # ‘ବାରିଶ୍‌ କି ଜାଏ’ ରିଲିଜ ହୋଇସାରିଛି। ଏହାକୁ ୟୁଟ୍ୟୁବ୍‌ରେ ଦେଖିପାରିବେ।

ମ୍ୟୁଜିକ୍ ଭିଡିଓ ସୁଟିଂ କରିବାର ଅଭିଜ୍ଞତା ବିଷୟରେ ନୱାଜ କହିଛନ୍ତି, ଏକ ମ୍ୟୁଜିକ୍ ଆଲବମରେ ଅଭିନୟ କରିବା ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। କିନ୍ତୁ ମୁଁ ଏହାର ପ୍ରତ୍ୟେକ ଅଂଶକୁ ଭଲ ଭାବରେ ଉପଭୋଗ କଲି। ଗୀତ ପାଇଁ ସୁଟିଂ କରିବାର ମୋର ଅନୁଭୂତି ଅତ୍ୟନ୍ତ ଆନନ୍ଦଦାୟକ ଥିଲା ଏବଂ ଏହି ଗୀତ ମୋ ହୃଦୟରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନରେ କରିବ।

Comments are closed.