Latest Odisha News

BREAKING NEWS

ମାଓବାଦୀଙ୍କ ବର୍ବର କାଣ୍ଡ; ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ହତ୍ୟା

ମାଲକାନଗିରି: ପୁଣି ବଳି ପଡିଲେ ନିରୀହ ଜନତା । ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଭେଜ୍ଜି ଥାନା ଅନ୍ତର୍ଗତ ଭଣ୍ଡାରପଦର ଗ୍ରାମର ସୋୟମ ପାଣ୍ଡୁ (୫୦) ।

ଖବର ମୁତାବକ, ମାଓବାଦୀ ସୋୟମ ପାଣ୍ଡୁଙ୍କୁ ଘରୁ ଜଙ୍ଗଲକୁ ଡାକିନେଇ ପୋଲିସ ଇନଫର୍ମର ଦର୍ଶାଇ ପ୍ରଥମେ ନିସ୍ତୁକ ମାଡ ମାରିବା ସହ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ପରେ ତାଙ୍କର ମୃତଦେହକୁ ଜଙ୍ଗଲ ରାସ୍ତାରେ ଫୋପାଡି ଦେଇ ଚାଲିଯାଇଥିଲେ ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ କରୁଛି ।

Leave A Reply

Your email address will not be published.