ରାଉରକେଲା: ମାତିଲେ ମାଓବାଦୀ । ରାତି ଅଧରେ ବିସ୍ଫୋରଣ କରି ରେଳ ଲାଇନ୍ ଉଡ଼ାଇ ଦେଇଛନ୍ତି ଲାଲବାହିନୀ । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସୋନୁଆ ଓ ଚକ୍ରଧରପୁର ମଝିରେ ଲୋଟା ପାହାଡ଼ ନିକଟରେ ଏହି ଘଟଣା ଘଟାଇଛନ୍ତି ମାଓବାଦୀ । ଗତକାଲି ରାତି ପ୍ରାୟ ୨-୩ଟା ଭିତରେ ବିସ୍ଫୋରଣ କରି ରେଳ ଲାଇନ୍ ଉଡ଼ାଇ ଦେଇଛନ୍ତି । ବିସ୍ଫୋରଣରେ ୨-୩ କିଲୋମିଟର ଯାଏ ରେଳ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି ।

ବିସ୍ଫୋରଣ ଯୋଗୁଁ ମୁମ୍ବାଇ-ହାୱଡ଼ା ଲାଇନରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉଭୟ ପାର୍ଶ୍ୱରେ ଅଟକି ରହିଛି ବହୁ ଟ୍ରେନ୍ । ଖବରପାଇ ଘଟଣାସ୍ଥଳରେ ଆରପିଏଫ୍, ଝାଡ଼ଖଣ୍ଡ ପୋଲିସ, ବୋମା ଉଦ୍ଧାର ଓ ନିଷ୍କ୍ରିୟକାରୀ ଟିମ୍ ପହଞ୍ଚିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ ମରାମତି କାମ ଚାଲିଛି ।
BREAKING NEWS
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ

Comments are closed.